ବୌଦ୍ଧ,୨୪/୧୨ – ବୌଦ୍ଧ ଜିଲ୍ଲା ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍କାଳିନ ଡାକ୍ତର ଅନ୍ତର୍ଯାମୀ ବେହେରାଙ୍କ ତ୍ରୁଟିପୁର୍ଣ୍ଣ ଚିକିତ୍ସା ଯୋଗୁଁ ରୋଗୀ ମାନଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ 2016 ମସିହାରେ ଚର୍ଚ୍ଚାର ବିଷୟ ହୋଇଥିଲା | ମୃତ୍ୟୁବରଣ କରିଥିବା ରୋଗୀଙ୍କ ପରିବାର ପକ୍ଷରୁ ଡାକ୍ତର ବେହେରାଙ୍କ ବେପରୁଆ ଓ ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀ ମାନେ ମରିଥିବା ରାଜ୍ୟ ମାନବିକ ଅଧିକାର କମିଶନ୍ ନିକଟରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ଗତ 2016 ମସିହା ଡିସେମ୍ବର୍ 23 ତାରିଖରେ ହୋଇଥିଲେ ମଧ୍ୟ ତାହାର ଠିକ୍ 4 ବର୍ଷ ପରେ ଅର୍ଥାତ୍ ଗତ 2020 ମସିହା ଡିସେମ୍ବର୍ 22 ତାରିଖରେ ରାଜ୍ୟ ମାନବ ଅଧିକାର କମିଶନଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଆସିଥିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକ ଦିଲ୍ଲୀପ ବିଶ୍ୱାଳଙ୍କ ନେତୃତ୍ବରେ ଏକ ଦୁଇ ଜଣିଆ ଟିମ୍ ହରଭଙ୍ଗା ଆସିଥିଲେ l ଟିମ୍ ସହିତ ମାର୍ଶଲିଂ ଅଧିକାରୀ ଭାବରେ ଉପ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର ପଟ୍ଟନାୟକ, ହରଭଙ୍ଗା ସ୍ବାସ୍ଥ୍ୟ ଅଧିକାରୀ ଶ୍ୟାମ ପ୍ରସାଦ ମେହେର ଉପସ୍ଥିତ ଥିଲେ l ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ମସିହାରେ ହରଭଙ୍ଗା ଗ୍ରାମର ରବି ନାରାୟଣ ସିଂ ଙ୍କ ନିଜ ୧୧ବର୍ଷର ପୁଅ ଆଦିତ୍ୟ ପ୍ରସାଦ ସିଂ ଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା କୁ ଆଣିଥିଲେ।ଡାକ୍ତର ଅନ୍ତର୍ଯ୍ୟାମୀ ବେହେରା ନିଜ ସରକାରୀ ବାସଭବନରେ ବିନା ଚିଠାରେ ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଦେବାଦ୍ୱାରା ଶିଶୁଟି ହଠାତ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲା।ତାକୁ ଅନୁଗୋଳ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିଲା।ସେହିଭଳି ହରଭଙ୍ଗା ଗ୍ରାମର ସଞ୍ଜୀବ କୁମାର ସାହୁ ନିଜ ୪ବର୍ଷୀୟ ପୁଅ ଅନିକେତ ସାହୁକୁ ସ୍ଥାନୀୟ ଡାକ୍ତରଖାନାକୁ ଆଣିଥିଲେ।ଡାକ୍ତର ବେହେରା ଭଲରେ ସ୍ୱାସ୍ଥ୍ୟ ପରୀକ୍ଷା ଚିଠାରେ ମନଇଚ୍ଛା ଇଞ୍ଜେକସନ ଦେବାରୁ ପିଲାଟିର ଅବସ୍ଥା ସଙ୍କଟପନ୍ନ ହୋଇ ପଡ଼ିଥିଲା।ତାକୁ ସେଠାରୁ ଫୁଲବାଣୀ ଡାକ୍ତରଖାନାକୁ ନେବା ବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା। ସେହିପରି ମଲ୍ଲିକପଡା ଗ୍ରାମର ଦୁର୍ଯ୍ୟୋଧନ ବଘାରଙ୍କ ୧୧ବର୍ଷର ପୁଅ ଅମର କୁ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଡାକ୍ତର ବେହେରା ବିନା ପରୀକ୍ଷା ନିରୀକ୍ଷାରେ ଇଞ୍ଜେକସନ ଦେବାର ୪ରୁ ୫ଘଣ୍ଟା ମଧ୍ୟରେ ପିଲାଟିର ମୃତ୍ୟୁ ଘଟିଥିଲା।ତେବେ ଏହି ୩ଜଣ ତକ ଶିଶୁଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ବେପରୁଆ ମନୋଭାବ ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସା କୁ ଦାୟିକରି ପୀଡିତ ପରିବାର ଗତ ୨୦୧୬ମସିହା ଡିସେମ୍ବର ୨୩ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ।