ବୌଦ୍ଧ,୧୩/୧୦ – ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ କୁଟିଝାର ଗ୍ରାମରେ 1992 ମସିହାରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଓ ଏକ କିଲୋମିଟର୍ ଦୁରରେ ଅନ୍ୟ ବିଦ୍ୟାଳୟ ଥିବାରୁ ଉକ୍ତ ସ୍କୁଲ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ନିର୍ଦ୍ଦେଶ ଦେଇ ଥିବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ଆଜି ଗ୍ରାମବାସୀ ମିଳିତ ହୋଇ ଆଦେଶ ବିରୋଧରେ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ବିଦ୍ୟାଳୟରେ 36 ଜଣ ଛାତ୍ରଛାତ୍ରୀ ଅଛନ୍ତି, ଅରଖ ପଦର କୁଟିଝାର ଠାରୁ 1300 ମିଟର୍ ଦୁର ଏବଂ ମୁଖ୍ୟ ରାସ୍ତା ଉପରେ ପିଲା ମାନେ ଅରଖ ପଦର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଯିବା ବିପଦପୁର୍ଣ୍ଣ ଦର୍ଶାଇ କୁଟିଝାର ବିଦ୍ୟାଳୟକୁ ବିଲୀନ ନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି | ଉକ୍ତ ବିଦ୍ୟାଳୟ ସହ ଗ୍ରାମବାସୀଙ୍କ ଭାବା ବେଗ ଜଡିତ ଥିବା ଉଲ୍ଲେଖ କରିଛନ୍ତି |