ଫୁଲବାଣୀ,୧୮/୮- କନ୍ଧମାଳ ଜିଲ୍ଲା ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକଠାରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବରେ କନ୍ଧମାଳ ସାଂସଦ ଡ଼ଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସହ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ପୁନମ କହଁର ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ନିର୍ବାଚନରେ ଯେପରି ଏକତାର ସହିତ କାର୍ଯ୍ୟକରି ନିର୍ବାଚନରେ ବିଜୁ ଜନତା ଦଳକୁ କିପରି ବିଜୟଲାଭ କରାଇବେ ସେ ବିଷୟନେଇ ଆଲୋଚନା କରିଥିଲେ । ଉକ୍ତ ବୈଠକକୁ ଦାରିଙ୍ଗବାଡି ବ୍ଲକ ସଭାନେତ୍ରୀ ରଞ୍ଜିତା ପ୍ରଧାନ ପରିଚାଳନା କରିଥିଲେ । କନ୍ଧମାଳ ସାଂସଦ ମଧ୍ୟ ନିର୍ବାଚନ ସମ୍ୱନ୍ଧୀୟ ଗୁରୁମନ୍ତ୍ର ଦେବା ସହିତ ଦଳ ମଧ୍ୟରେ ନିଜନିଜ ମଧ୍ୟରେ ମତାନ୍ତର ଭାବ ନରଖି ସହଯୋଗ ଓ ଏକତା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।