୫ଶହ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ କଂଗ୍ରେସ ଓ ବିଜେପି ସ୍ଥିିତି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ପରିଲକ୍ଷିତ ହୋଇଛି । ଆଜି ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଜାରି ରହିଛି । ତେବେ ଏଯାବତ ବିଜୁ ଜନତା ଦଳ ୫୦୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ବିଜେପି ୩୬ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି । ଅପରପକ୍ଷରେ ସ୍ୱାଧୀନ ଓ ଅନ୍ୟ ଦଳଗୁଡ଼ିକ ୧୯ ଆସନରେ ଅଗ୍ରଣୀ ଲାଭ କରିଛନ୍ତି ।
ଗତକାଲି ଭଳି ଆଜିର ଟ୍ରେଣ୍ଡ ବି ବିଜୁ ଜନତା ଦଳ ସପକ୍ଷରେ ଯାଇଛି । ତେବେ ଭୋଟ ଗଣତି ପ୍ରକ୍ରିୟା ବହୁ ବିଳମ୍ବିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏପରିକି ଭୋଟ ଗଣତି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିବା ଦେଖିବାକୁ ମିଳିଛି ।

Comments (0)
Add Comment