ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜନ୍ମଦିନରେ ବିଜେଡି କର୍ମୀଙ୍କ ରକ୍ତଦାନ

ସମ୍ବଲପୁର,
ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଲର ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ ଦଳୀୟକର୍ମୀ ଓ କର୍ମକର୍ତ୍ତାଗଣ ଦୀପ ପ୍ରଜ୍ବଳନ, ରକ୍ତଦାନ, ଫଳ ବଣ୍ଟନ କରି ପାଳନ କରିଛନ୍ତି | ଏହି ଅବସରରେ ସ୍ଥାନୀୟ ଶାନ୍ତିନଗର ସ୍ଥିତ ବିଜୁ ଜନତା ଦଲ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମକର୍ତ୍ତାଙ୍କ ଆୟୋଜନାରେ ଏକ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ ଅନୁଷ୍ଠିତ ହୋଇଥିଲା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱ।ନରେ ରକ୍ତ ସଂକଟକୁ ଦୂର କରିବାର ଏକ ଛୋଟ ପ୍ରୟାସ ସ୍ବରୂପ ଏବଂ ଡ଼. ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହି ଶିବିରରେ ୭୫ ଜଣ କର୍ମୀ ରକ୍ତଦାନ କରିଥିଲେ | ବୁର୍ଲା , ହୀରାକୁଦ ଓ ସମ୍ବଲପୁର ସହରର ବିଭିନ୍ନ ୱାର୍ଡରୁ ଦଳୀୟ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଡ଼. ପାଣିଗ୍ରାହୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଥିଲେ | ଏହି ଅବସର ରେ ଆଇନଜୀବୀ ପୁଷ୍ପମଞ୍ଜରୀ ବେହେରା, ମାଳତୀ ଗୁପ୍ତାଙ୍କ ସହିତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବିଜେଡିରେ ଯୋଗଦାନ କରିଥିଲେ | ଦଳର ନଗର ସଭାପତି ପ୍ରଫୁଲ କୁମାର ଦାଶ, ଜୀବନବିନ୍ଦୁ-ମୋ ପରିବାର ସଂଯୋଜିକା କବିତା ପୁରହିତ, ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବୀ ଆର୍ତ୍ତତ୍ରାଣ ମିଶ୍ର, ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର,ରାଜ୍ୟ ପରିଷଦ ସଭ୍ୟ ତଥା ଦଲର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା , ଜିଲ୍ଲା ଆଇଟି କୋର୍ଡିନେଟର ଦୁଲାଲ ଚନ୍ଦ୍ର ରାୟ, ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା,ବିଜେଡି ମହିଳା ଜିଲ୍ଲା ସଭାପତି ଲଷ୍ମୀ ପ୍ରଧାନ, ସୁରେଖା ସାହୁ, କାନନବାଲା ପଟ୍ଟନାୟକ,ସୈରେନ୍ଦ୍ରୀ ନାୟକ,ଆଇନଜୀବୀ ରବି ପୂଜାରୀ, ରବୀନ୍ଦ୍ର ସିଂ, ସତ୍ୟେନ୍ଦ୍ର ଦାଶ, ମାୟାଧର ଜେନା, ଭାବେଶ ଚାନ୍ଦ , ଆର ଏ ଶିବ କୁମାର, ଦେବାଶିଷ ନନ୍ଦ,ସୁନନ୍ଦା ଚଇନି, ମମତା ପଣ୍ଡା, ଜଗନ୍ନାଥ ଚୌଧୁରୀ, ଶେଷଦେଵ ମହାକୁଡ଼, ବୃନ୍ଦା କଣ୍ଟା, ମାମି ନାଏକ, ଲଷ୍ମୀ ଯୋଶୀ, ନିରୂପମା ସେନ ଗୁପ୍ତା, ଲିଲିମା ମଲ୍ଲିକ, ମୁନ୍ନୀ ବେଗମ, ହସିନା ବି, ସୁଭାସିନୀ ଓରାମ,ପ୍ରଶାନ୍ତ ନାଏକ,ଫକୀର ପଧାନ, ରେଣୁ ମରେଇ,ପ୍ରମୋଦ ଖଣ୍ଡୁଆଲ , ବିଶ୍ଵାମିତ୍ର ସାହୁ, ଜିତେନ ବିଶି, ବିନୋଦ ନାଗ, ଲାତିକା ସାହୁ,ଅନୁସ୍କି ମରେଇ , ସନ୍ତୋସିନୀ ବୁଡେକ,ପୂର୍ଣ୍ଣିମା ନାଏକ, କୈଳାସ ପରିଡା, ସୁରେନ୍ଦ୍ର ବିଶ୍ୱାଳ, ସୁମନ୍ତ ପଣ୍ଡା, ଏମ ଡି କଲିମ, ଆତିଫ ଆଲମ, କୁନ୍ତି ସିଂ, ମମତା ମୁଦୁଲି, ପ୍ରଶାନ୍ତ ଥାପା, ପ୍ରହଲ୍ଲାଦ ଗୁରୁ, କୁନୁ ମେହେର, ସ୍ମିତା ପଟ୍ଟନାୟକ ଆଦି ପ୍ରମୁଖ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
ସେହିପରି ବୁର୍ଲା ବିଜୁ ଜନତା ଦଳ ର କର୍ମୀମାନେ ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପାଣିଗ୍ରାହୀଙ୍କ ୭୫ ତମ ଜନ୍ମ ତିଥି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ୭୫ ଟି ଦ୍ବୀପ ପ୍ରଜ୍ଵଳନ କରିଥିଲେ ଏବଂ ଦଳ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ସାଧାରଣ ଜନତାଙ୍କ ସୁଖ ଦୁଃଖର ସାଥି ହୋଇ ଆଗେଇବା ପାଇଁ ଶପଥ ନେଇଥିଲେ । ଏହାପରେ ଦରିଦ୍ର ନାରାୟଣ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପୂର୍ବତନ ଟାଉନ ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ହୋଇଥିଲା ଏବଂ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଟାଉନ ସଭାନେତ୍ରୀ ଶାନ୍ତିଲତା ସ୍ୱାଇଁ, ପୂର୍ବତନ ଟାଉନ ସଭାପତି ଗୋକୁଳି ରାଉତ, ଆର ଶିବ କୁମାର, ପୂର୍ବତନ କାଉନସିଲର ହୃଷିକେଶ ସ୍ୱାଇଁ, ବରିଷ୍ଠ ନେତା ବାବୁଲୁ ମିଶ୍ର, କୁନି ପରିଡା, ଅଶୋକ ସାମଲ, ବିଭିଷଣ ଭିସର, ଲଳିତ ସ୍ଵାଇଁ, ଲଷ୍ମୀ ପ୍ରଧାନ,ବିଶ୍ୱନାଥ ଧର, ଆଇନଜୀବୀ ରୋମୀ ମହାପାତ୍ର, ଲଳିତ ଲୁହା, ସଂଜୀବ ସୁନା, ଉମା ଶଙ୍କର ଅଗ୍ରୱାଲ, ଶୁଭମ ବେହେରା, ହିମାଂଶୁ ଧର, ରିଙ୍କୁ, ଶାନ୍ତନୁ ଭୋଇ, ବାଗ ବାବୁ, ନାରୀନେତ୍ରୀ ଶୁଭଲଷ୍ମୀ ସାମଲ, ସୀତା ପ୍ରଧାନ ଓ ସୁନିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Comments (0)
Add Comment