ବହୁଚର୍ଚ୍ଚିତ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ ; ବନ୍ଧା ହେଲେ ୩ ଅଭିଯୁକ୍ତ

ରାଉରକେଲା : ସହରରେ ହୋଇଥିବା ବହୁଚର୍ଚ୍ଚିତ ଗଣବଳାକ୍ରାର ଘଟଣାର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଛେଣ୍ଡ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାଉରକେଲା ସହରର ମହମ୍ମଦ ସରଫରାଜ, ମହମ୍ମଦ ଅସରଫ ଓରଫ ପପୁ ଓ ମହମ୍ମଦ ନଦିମ ଓରଫ ହୀରା । ସେମାନଙ୍କ ପାଖରୁ ଦୁଇଟି ବୋଲେରୋ ଓ ତିନିଟି ମୋବାଇଲ୍‌ ଜବତ କରାଯାଇଛି । ଗତକାଲି ସଂଧ୍ୟାରେ ଛେଣ୍ଡ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣି ସୂଚନା ଦେଇଛନ୍ତି ଯେ, ଗତ ୧୫ ତାରିଖ ଦିନ ଜଣେ ଯୁବତୀ ଗଣବଳାକ୍ରାର ଶିକାର ହୋଇଥିବା ନେଇ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ଏକ ମାମଲା ରୁଜୁ କରି ପାନପୋଷ ଏସ୍‌ଡିପିଓଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଏବଂ ଛେଣ୍ଡ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଧରାପଡିଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପେଶାଦାର ଅପରାଧୀ ହୋଇଥିବା ବେଳେ ଘଟଣାର ଦୁଇଦିନ ପୂର୍ବେ ସେମାନେ ଝାରସୁଗୁଡାରୁ ଗୋଟିଏ ବୋଲେରୋ ଚୋରି କରିଥିଲେ । ଉକ୍ତ ଚୋରି ବୋଲେରୋ ଯୋଗେ ତିନି ଅଭିଯୁକ୍ତ ଆଉ ଗୋଟିଏ ବୋଲେରୋ ଚୋରି କରିବା ପାଇଁ ଅନୁଗୁଳ ଯାଇଥିଲେ । ସେଠାରେୁ ଗୋଟିଏ ବୋଲେରୋ ଚୋରି କରିବା ପରେ ତିନି ଜଣ ଦୁଇଟି ବେଲେରୋ ଯୋଗେ ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଆସୁଥିଲେ । ପୀଡିତା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ସେହି ରାସ୍ତାରେ ଯାଉଥିବା ବେଳେ ଗୋଟିଏ ବୋଲେରୋ ସେମାନଙ୍କ ବାଇକ୍‌ ସହ ଧକ୍କା ହୋଇଥିଲା । ଦୂର୍ଘଟଣାରେ ଉଭୟ ବାଇକ୍‌ରୁ ଖସି ପଡିଥିଲେ । ଦୁର୍ଘଟଣା ପରେ ଅଭିଯୁକ୍ତମାନେ ପୀଡିତାଙ୍କ ବୋଲେରୋ ଯୋଗେ ଅପହରଣ କରି ନେଇଥିଲେ । ପୀଡିତାଙ୍କୁ ଧରି ରାଉରକେଲାରେ ପହଞ୍ôଚବା ପରେ ଛେଣ୍ଡ ଥାନା ଅନ୍ତର୍ଗତ ଓମ୍‌ଫେଡ ଫ୍ୟାକ୍ଟ୍ରି ଆଡକୁ ଯାଉଥିଲେ । ଓମ୍‌ଫେଡ ଫ୍ୟାକ୍ଟ୍ରି ସମ୍ମଖରେ ଥିବା ଏକ ଅନ୍ଧାରିଆ ସ୍ଥାନରେ ପୀଡିତାଙ୍କୁ ଗଣବଳାକ୍ରାର କରିଥିଲେ । ଭୋରରୁ ପ୍ରାତଃ ଭ୍ରମଣରେ ବାହାରିଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ ଜଙ୍ଗଲ ଭିତରେ ଦୁଇଟି ବୋଲେରୋ ଥିବା ଦେଖିବାକୁ ପାଇଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ବୋଲେରୋ ଯୋଗେ ସେଠାରୁ ଚାଲି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡିତା ଜଣକ ଥାନାରେ ପହଞ୍ôଚଥିଲେ । ଅନ୍ୟପକ୍ଷରେ ପୀଡିତାଙ୍କ ପୁରୁଷ ବନ୍ଧୁ ବିବାହିତ ହୋଇ୍‌ଥିବା ବେଳେ ତାଙ୍କୁ ବିବାହର ପ୍ରତିଶ୍ରୃତି ଦେଇ ତାଙ୍କ ସହ ସମ୍ପର୍କ ରଖି ଆସୁଥିଲେ । ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯିବ ବୋଲି ଏସ୍‌ପି ସୂଚନା ଦେଇଥିଲେ । ଦୁର୍ଘଟଣାରେ ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ନାମରେ ବିଭିନ୍ନ ଜିଲ୍ଲା ସମେତ ରାଉରକେଲାର ବିଭିନ୍ନ ଥାନାରେ ମାମଲା ରହିଛି । ଅନ୍ୟମାନଙ୍କ ନାମରେ କୌଣସି ମାମଲା ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାନପୋଷ ଏସ୍‌ଡିପିଓ ଶାନ୍ତା ନୂତନ ସାମଦ, ଛେଣ୍ଡ ଥାନା ଅଧିକାରୀ ରଶ୍ମିତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment