କୋରାପୁଟ : କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ଆମ୍ପାବାଲି ପଞ୍ଚାୟତର କନ୍ଧପୁଟା ବନ୍ଧ ଗ୍ରାମରେ କାଳବୈଶାଖୀ ବର୍ଷା ପବନ ସମୟରେ ବିଜୁଳି ଆଘାତରେ ଆଜି ଦିନ ୨ଟା ସମୟରେ ମିଳିଥିବା ସୂଚନା ଅନୁସାରେ ତିନି ଜଣକଙ୍କ ମୃତ୍ୟୁ। ଜଣେ ମହିଳା କେମେଲ ତୁମ୍ବାଇ ( 47), ଜଣେ ନାବାଳିକା ଗେମେଲ କମି (13) ଓ ଗୋଟିଏ ପୁରୁଷ ଗେମେଲ କ୍ରିଷ୍ଣା ବିଜୁଳି ଆଘାତରେ ପ୍ରାଣ ହରାଇ ଥିବା ସୂଚନା ମିଳିଛି। ବ୍ଳକ୍ ପ୍ରଶାସନ ସୂଚନା ମୁତାବକ ଆମ୍ବୁଲାନସ ଗ୍ରାମକୁ ପଠାଇବା ବ୍ୟବସ୍ଥା କରାଯାଇଛି । ଶବ ଵେବଛେଦ ପରେ ପ୍ରାଣ ହରାଇ ଥିବା ପ୍ରତ୍ୟେକ ପରିବାରଙ୍କୁ ସରକାରଙ୍କ ତରଫରୁ ଚାରି ଲକ୍ଷ ଟଙ୍କା ସହାୟତ ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।