ଆସନ୍ତାକାଲି ନୂଆ ଓଡିଶା ଯୁବ ଓଡିଶାର ମେଗା କାର୍ଯ୍ୟକ୍ରମ,ଯୋଗ ଦେବେ ୧୦ ହଜାର କଲେଜ ଛାତ୍ରଛାତ୍ରୀ

ସୁବର୍ଣ୍ଣପୁର : ଆଜି ସୋନପୁରର ଶ୍ରୀ ରାମେଶ୍ୱର ଷ୍ଟାଡିୟମଠାରେ ନୂଆ ଓଡିଶା ଯୁବ ଓଡିଶାର ମହୋତ୍ସବ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏସପି ଅମରେଶ ପଣ୍ଡା, ଏଡିଏମ୍‌ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା କ୍ରୀଡ଼ା ଅଧିକରୀ ଚିତ୍ତ ରଂଜନ ମିଶ୍ର, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ୱିନୀ ଭୋଇ, ଯୋଗ ଦେଇଥିଲେ । କ୍ରୀଡ଼ା, ସାଂସ୍କୃତିକ, ସାମାଜିକ କ୍ଷେତ୍ରରେ ଛାତ୍ରଛାତ୍ରୀ ଯୁବକ ଯୁବତୀଙ୍କ ପାରଦର୍ଶିତା ବୃଦ୍ଧି ଓ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆସନ୍ତାକାଲିର ଏହି ନୂଆ ଓଡିଶା ଯୁବ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ଅୟୋଜନ କରାଯାଉଛି । ଏବଂ ଜିଲ୍ଲାର ୩୫ ଗୋଟି କଲେଜ୍‌ରୁ ୧୦ ହଜକ୍ଷର ଛାତ୍ର ଛାତ୍ରୀ ଏଠାରେ ଯୋଗ ଦେଇ ବିଭିନ୍ନ କ୍ରୀଡା, ସାଂସ୍କୃତିକ ଅନେକ ଇଭେଣ୍ଟର ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଜିଲ୍ଲାପାଳ ଶ୍ରୀ ରାୟ ମତ ରଖିଥିଲେ । ଉଦଘାଟନୀ ଉତ୍ସବ ପରେ ପରେ ଡଃ ବି ବି ସ୍ୱାଇଁ ଛାତ୍ର ଛାତ୍ରୀ ଙ୍କୁ ମୋଟିଭେସନ କରିବକ୍ଷ କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ କଳାକାର ଗ୍ରୁପଙ୍କ ଦ୍ୱାରା ଦିନ ସାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପରିକ ନାଚ ଗୀତର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ରାୟ କହିଥିଲେ । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷାର ସୁ -ବ୍ୟବସ୍ଥା କରାଯାଇଛି । ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତା ପ୍ରଥମ ବିଜେତା ଗ୍ରୁପକୁ ୩୦ ହଜାର ଟଙ୍କା କେସ୍‌ ପ୍ରାଇଜ, ଦ୍ୱିତୀୟ ବିଜେତା ଗ୍ରୁପକୁ ୨୦ ହଜାର ଓ ତୃତୀୟ ଗ୍ରୁପକୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । କାଲିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସ୍ଥାନୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରହୁଥିବା ଧାର୍ଯ୍ୟ ଥିବାବେଳେ ଗତକାଲି ରାଜ୍ୟରୁ ଅନ୍ୟାନ୍ୟ ଅତିଥି ସମୂହ ଯୋଗ ଦେଉଥିବା ଜଣାପଡିଛି ।

Comments (0)
Add Comment