ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫ ଡ଼କାୟତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା ।୫ ଡକାୟଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ ଚୋରି ସାମଗ୍ରୀ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍,୪ଟି ମୋବାଇଲ୍ ଫୋନ୍ ସମେତ ୨୦ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ସମୟରେ ଅଜୟ କୁମାର ନାମକ ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ ଯୋଗେ ବାରଖମାରୁ ବାହାରି ବଲାଙ୍ଗୀର ଯାଉଥିଲେ ତାଙ୍କ ମ୍ୟାନେଜର ନିକଟକୁ । ଯିବା ବାଟରେ ଡାବୁଡାକା ଘାଟିରେ ଦୁଇଟି ମୋଟରସାଇକେଲରେ ୫ଜଣ ଦୁର୍ବୃତ୍ତ ହଠାତ୍ ଆସି ଅଜୟ କୁମାରଙ୍କୁ ଅଟକାଇ ମାଡ଼ ମାରିବା ସହ ସେ ଧରିଥିବା ନଗଦ ୨୦ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ତାଙ୍କ Hero HF Deluxe ମୋଟରସାଇକେଲ ଛଡ଼ାଇ ନେଇଯାଇଥିଲେ । ଅଜୟ କୁମାର ସେଠାରୁ ଫେରି ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ତ୍ୱରିତ ପଦକ୍ଷେପ ନେବା ସହ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳର ଅଜିତ୍ ସାହୁ ଓ ଆଶିଷ ପୁଟେଲ,ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ରାଜନାଥ ଅମାତ୍, ସୁବର୍ଣ୍ଣପୁର ଜିଲ୍ଲା S.ରାମପୁର ଥାନା ଅଞ୍ଚଳର ରିତିକ୍ ଖମାରୀ ଓ ଶିବ ପଟେଲ୍ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment