ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଇଁ ୧୬ରେ ଶୁଭ ଖମ୍ବ ସ୍ଥାପନ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଚାରିଶମ୍ଭୁଠାରେ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଗନ୍ଧରାଡି ମହୋତ୍ସବ ୨୦୨୨ ପାଇଁ ଶୁଭ ଖମ୍ବ ସ୍ଥାପନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗନ୍ଧରାଡି ଲୋକକଳା ମହୋତ୍ସବ କମିଟିର ସଭାପତି ଏସଡି ଅଶୋକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ,ସମ୍ମାନିତ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ପିଡ଼ି ଅଶ୍ୱିନୀ ମେହେର,ବିଡିଓ ଦେବୀ ପ୍ରସାଦ ଦାସ, ଅଧ୍ୟାପକ ବାସୁଦେବ ପାତ୍ର, ପ୍ରବୀର୍‌ ଦାସ ଯୋଗ ଦେଇଥିଲେ । କମିଟିର ସାମ୍ପାଦକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଦେବା ସହିତ ଶୁଭ ଖମ୍ବ ସ୍ଥାପନ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ପଣ୍ଡିତ ସୁଶୀଳ ପାଣିଗ୍ରାହୀଙ୍କୁ ଲଗ୍ନ ବାହାର କରିବାକୁ କହିଥିଲେ । ଶ୍ରୀ ପାଣିଗ୍ରାହୀ ପାଞ୍ଜି ଦେଖି ଲଗ୍ନ ବାହାର କରି ଆସନ୍ତା ୧୬ ତାରିଖ ବୁଦ୍ଧ ପୂର୍ଣ୍ଣିମା ସକାଳ ୮ଟା ୪୫ ମିନିଟରେ ଶୁଭ ଖମ୍ବ ସ୍ଥାପନ କରିବାର ଶୁଭ ଥିବା କହିଥିଲେ । ଏହାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରି ବୁଦ୍ଧ ପୂର୍ଣ୍ଣିମା ରେ ଶୁଭ ଖମ୍ବ ସ୍ଥାପନ ପାଇଁ ଧାର୍ଯ୍ୟ କରାଯାଇଛି । ଶେଷରେ ସାମ୍ପାଦକ ଶ୍ରୀ ଗିରି ଧନ୍ୟବାଦ ଦେଇଥିଲେ । ବୈଠକରେ ଗନ୍ଧରାଡି ଲୋକ କଳା ମହୋତ୍ସବ କମିଟିର ଉପ ସଭାପତି ମନରଞ୍ଜନ ପୁରୋହିତ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଦ୍ୟାଧର ସ୍ୱାଇଁ, ସହ ସାମ୍ପାଦକ ସ୍ୱାଧୀନକୁମାର ପ୍ରଧାନ, କୋଷାଧ୍ୟକ୍ଷ ନିରଞ୍ଜନ ଗିରି,ସମସ୍ତ କର୍ମକର୍ତ୍ତା, କାର୍ଯ୍ୟକାରୀ କମିଟିର ସଭ୍ୟମାନେ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment