ବୌଦ୍ଧ/ଜହ୍ନାପଙ୍କ,୨/୧୧ – ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ବଜରଙ୍ଗ ଯୁବକ ସଂଘ ପକ୍ଷରୁ ହେବାକୁ ଥିବା କାଳୀପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ରଞ୍ଜିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଥିଲା।ସମ୍ପାଦକ ପ୍ରକାଶ ବାରିକ ସଭାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଏବଂ କରନା କଟକଣା ମଧ୍ୟରେ ପାଳନ କରିବାକୁ ମତ ଦେଇଥିଲେ।ଏହାକୁ ସଭ୍ୟମାନେ ସ୍ୱାଗତ କରିଥିଲେ।ସଭାରେ କୋଷାଧ୍ୟକ୍ଷ ବିକ୍ରମ ରଣା, ଅମିତ ପ୍ରଧାନ, ଶେଷଦେବ ପ୍ରଧାନ, ଦଶରଥ ପ୍ରଧାନ, ସୁମନ୍ତ ପ୍ରଧାନ, ବିପିନ ବିହାରୀ, ରଙ୍କ ବେହେରା, ପପୁ ବେହେରା, ସାରଙ୍ଗ ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଉପ ସଭାପତି ରାଜେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।