ପାରଳାଖେମୁଣ୍ଡି,୩/୫- ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା ଛାତ୍ରଛାତ୍ରୀ ଏବଂ ସମ୍ପ୍ରତି ଶିକ୍ଷକ ଏକ ଶୋକସଭା ଅନୁଷ୍ଠିତ ହୋଇସାରିଛି। ପ୍ରଥମେ ନିରବ ପ୍ରାର୍ଥନା ପରେ ୮୫ବର୍ଷୀୟ ଶ୍ରୀ ମହାରଣା ଚଳଚଞ୍ଚଳ ସ୍ଥିତିରେ ଗତକାଲି ରାତ୍ରୀ ୧୦ଘଣ୍ଟା ସମୟରେ ନିଜ ବାସଭବନ ନଡ଼ିଆତୋଟା ସାହିରେ ମାତ୍ର କିଛିକ୍ଷଣ ମଧ୍ୟରେ ନିଜର ପ୍ରାଣବାୟୁ ଉଡିଯାଇଛି। ଜଣେ ଯୁବସୁଲଭ ସ୍ୱଭାବର ବ୍ୟକ୍ତିଭାବେ ବେଶ ଜଣାଶୁଣା ଥିଲେ। ଶିକ୍ଷାଦାନ ସହ ସାରସ୍ୱତ ସାଧନା , ଜଣେ ବାଗ୍ମୀ ଓ ଶିକ୍ଷାବିତ୍ ଭାବେ ସେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଶ୍ରମ ଏବଂ ସେବା ଜାରି ରଖିଥିଲେ। ଗଣିତ , ବିଜ୍ଞାନ , ଇଂରାଜୀ ଭାଷା ଓ ଓଡିଆ ଭାଷାରେ ସେ ପ୍ରବୀଣ ଥିଲେ। ମୃତ୍ୟୁ ସମୟରେ ୪ ପୁଅ ୧ଝିଅ ସହ ନାତି , ନାତୁଣୀ ଉପସ୍ଥିତ ଥିଲେ। ନୂଆ ଏବଂ ପୁରୁଣା ଶିକ୍ଷକ ମାନଙ୍କ ମଧ୍ୟରେ ରାମଶଙ୍କର ଗନ୍ତାୟତ, ବେଣୁ ଗୋପାଳ ପାଢ଼ୀ , ବିଚିତ୍ରାନନ୍ଦ ବେବର୍ତ୍ତା , ରଶ୍ମିତା କୁମାରୀ ନନ୍ଦ , ସୁଜ୍ଞାନି ପ୍ରଭା ପାଣିଗ୍ରାହୀ , ରଘୁନାଥ ବରାଡ଼ , ଲକ୍ଷ୍ମୀ ନାରାୟଣ ହୋତା , ୱାଇ ଶିବ କୁମାର , କବିତା ରାଉତ , ବିଷ୍ଣୁପ୍ରିୟା ପାଢ଼ୀ , ଜି. ଶ୍ରୀଲକ୍ଷ୍ମୀ , ରାଜେନ୍ଦ୍ର ପଢ଼ିଆରୀ ପ୍ରଭୃତି ଏହି ଭାରଚୁଆଲ ଶୋକସଭାରେ ଯୋଗ ଦେଇଥିଲେ।