ବୌଦ୍ଧ ,୨/୬- ବୌଦ୍ଧ ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣା ପଡିଛି l ପ୍ରତି ଶିକ୍ଷକ ମାନଙ୍କ ଠାରୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ସଂଗ୍ରହ କରିବା ପରେ ସି. ଆର. ସି. ସି. ମାନେ ସଂଗ୍ରହ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜମା ଦେବେ ଓ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି l ଗତ ବର୍ଷ ମଧ୍ୟ ଶିକ୍ଷକ ମାନେ କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିଲେ l କରୋନାର ଦ୍ବିତୀୟ ଲହରରେ ଓଡିଶା ଅଧିକ ପ୍ରଭାବିତ ହୋଇ ଥିବାରୁ ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି ଅର୍ଥ ସଂଗ୍ରହ ଚାଲିଛି l ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜୁନ୍ 5 ତାରିଖ ସୁଦ୍ଧା ନିଜ ନିଜ ପ୍ରଧାନ ଶିକ୍ଷକ ମାନଙ୍କ ନିକଟରେ 500 ଟଙ୍କା ଲେଖାଏଁ ନିଶ୍ଚିତ ଭାବେ ଦାଖଲ୍ କରିବାକୁ ମୋବାଇଲ ମେସେଜରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି l