ସ୍କ୍ରାପ ମେଟେରିଏଲ ଚୋରି ଅଭିଯୋଗରେ ଜଣେ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ବ୍ଲକ ଅଧିନସ୍ଥ ପାଣିମୁରା ଗ୍ରାମରେ ଥିବା ବାଇଓ ଫୁଏଲ କାରଖାନାରୁ ସ୍କ୍ରାପ ମେଟେରିଏଲ ଚୋରି କରୁଥିବା ମାମଲାରେ ତରଭା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲା ତରଭା ବ୍ଲକ ଅନ୍ତର୍ଗତ ଶିବତୁଲା ଗ୍ରାମ ପଞ୍ଚାୟତର ଘାଟକଇନ୍ତରା ଗ୍ରାମର ବନମାଳି ମହାନନ୍ଦ(୪୦) ବୋଲି ଜଣାପଡିଛି । ତରଭା ପୁଲିସ ସୂତ୍ରରୁ ପ୍ରକାଶ ଯେ ବନମାଳୀ ମହାନନ୍ଦ ଶିବତୁଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଘାଟକଇଁନ୍ତରା ଗ୍ରାମର ମୂଳ ନିବାସୀ ହୋଇଥିବା ବେଳେ ସେ ଜଣେ ଡ୍ରାଇଭର ଅଟେ । ସେ ମାଲ ପରିବହନ ଟାଟା ଏସି ଗାଡିରେ ପାଣିମୁରା ସ୍ଥିତ ବାଇଓ ଫୁଏଲ କାରଖାନାକୁ ବଲାଙ୍ଗିରରୁ ପ୍ରାୟ ଅଧିକାଂଶ ଦିନ ଅମ୍ଳଜାନ ଗ୍ୟାସ ସିଲିଣ୍ଡର ଆଣି ଦେଉଥିଲା । ଗତ ମଙ୍ଗଳବାର ଦିନ ମଧ୍ୟ ସେ ମାଲ ପରିବହନ ଗାଡ଼ି ଟାଟା ଏସି ନ. ଓଡି-୦୩-ୟୁ ୫୦୧୧ ଯୋଗେ ବଲାଙ୍ଗିରରୁ ଅମ୍ଳଯାନ ଗ୍ୟାସ ସିଲିଣ୍ଡର ଆଣି ବାଇଓ ଫୁଏଲ ଭିତରକୁ ଯାଇ ସିଲିଣ୍ଡର ଡେଲିଭରି କରିଥିଲେ । ଭିତରୁ ଫେରୁଥିବା ବେଳେ ଗେଟ୍‌ ରେ କାର୍ଯ୍ୟରତ ସିକ୍ୟୁରିଟି ମାନେ ଗାଡ଼ିକୁ ଯାଞ୍ଚ କରିବାରୁ ଗାଡ଼ିରେ ସ୍କ୍ରାପ ମେଟେରିଏଲ (ଛୋଟ ଛୋଟ ଲୁହା ଖଣ୍ଡ )ମାନ ଥିବାର ଦେଖି ମ୍ୟାନେଜରକୁ ଖବର ଦେଇଥିଲେ । ମ୍ୟାନେଜର ଆସି ଦେଖିବା ପରେ ବନମାଳୀ ଗାଡ଼ିରେ ସ୍କ୍ରାପ ଚୋରି କରୁଥିବା ପୁଲିସ ଠାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ବନମାଳୀକୁ ଗିରଫ କରିଥିଲା । ଗାଡ଼ିରେ ସ୍କ୍ରାପ ମେଟେରିଏଲ ପ୍ରାୟ ୭୦ କିଲୋ ଥିବା ପୁଲିସ ପ୍ରକାଶ କରିଛି । ଏ ନେଇ ତରଭା ଥାନାରେ ୧୫୮/୨୩ ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବନମାଳୀକୁ କୋର୍ଟ ଚାଲାଣ କରିଥିବା ଓ ଏହାର ତଦନ୍ତ ଦାୟିତ୍ୱରେ ଏଏସଆଇ ନିମାଇଁ ଚରଣ ବାରିକ ଥିବା ଓଆଇଆଇସି ଅନିତା କିଡୋ ସୂଚନା ଦେଇଛନ୍ତି ।

Comments (0)
Add Comment