ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମଦର ଟେରେସା ସମ୍ମାନ

ଫୁଲବାଣୀ: ସମାଜ ସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଜାତୀୟ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି । ମୁମ୍ବାଇର ଆମ୍ବେଦକର ରୋଡ଼ ସ୍ଥିତ ଦାମୋଦର ନାଟ୍ୟ ହଲରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ବିଶିଷ୍ଠ ସାହିତ୍ୟିକ ମେଘରାଜ ରାଜ ଭୋସଲେ, ଅନ୍ୟତମ ଅତିଥି ଭାବେ ମରାଠୀ ଚଳଚ୍ଚିତ୍ର ନିଗମର ସଭାପତି ତଥା ଭାରତ ଚଳଚ୍ଚିତ୍ର ନିଗମର ଉପ ସଭାପତି ଆଚାର୍ଯ୍ୟ ଟାଟାନଲଲ ସଗରା, ଅଭିନେତା ଅର୍ଜୁନ ଯାଦବ, ହେମଙ୍ଗି ରାଓ, ଗାଲଡ଼ମାନ ଦାଦାସ, ଏବଂ ସମାଜସେବୀ ସ୍ନେହା ଦେଶପାଣ୍ଡେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ବହୁ ସାହିତ୍ୟିକ, ସମାଜସେବୀ ଓ ବିଶିଷ୍ଟ ଲୋକ ଉପସ୍ଥିତ ଥାଇ ଡ଼ଃ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଡ଼ଃ ମହାପାତ୍ର କନ୍ଧମାଳ ତଥା ଓଡିଶାର ଜଣେ ଜଣାଶୁଣା ସାହିତ୍ୟିକ ।
ତାଙ୍କର ବହୁ ପୁସ୍ତକ ପ୍ରକାଶିତ ତଥା ଲୋକାଦୃତ ହୋଇଛି । ସେ ସ୍ଥାନୀୟ ଶିକ୍ଷା ତାଲିମ ଅନୁଷ୍ଠାନର ସହ ତାଲିମ ଅଧିକାରୀ ପେସାରେ ହୋଇଥିବାବେଳେ ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି । ଜିଲ୍ଲା ଲେଖକ ସାମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର, ନିରଞ୍ଜନ ଦିବ୍ୟାଙ୍ଗ ସେବା ସମିତି, ରୋଟାରୀ କ୍ଲବ ପ୍ରଭୃତିର କର୍ମକର୍ତ୍ତା ଅଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment