ବୌଦ୍ଧ,୨୮/୬- ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲାରେ ପୁଣି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି l ଆଜିର ୩ ଜଣ ମୃତକଙ୍କୁ ମିଶାଇ ଜିଲ୍ଲାରେ ଗତକାଲି ପର୍ଯ୍ୟନ୍ତ ମୋଟ୍ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୭ ରେ ପହଞ୍ଚିଛି l ଆଜି ଘୋଷଣା ସରକାର ଘୋଷଣା କରିଥିବା ମୃତକଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ମହିଳା, ଜଣେ ୩୭ ବର୍ଷୀୟ ମହିଳା ଓ ଜଣେ ୨୬ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି l