ବୌଦ୍ଧ,୨୫/୫ – ଆଜି ସକାଳେ ବୌଦ୍ଧ ସହର ଗାନ୍ଧୀଛକ ଠାରୁ ପୋଡାପଡା ରାସ୍ତା ଓ ଗାନ୍ଧୀ ଛକରୁ ଭୈରବୀ ଛକ ଯାଏଁ ରାସ୍ତା କଡରେ ବସୁଥିବା ଦୈନିକ ପରିବା ବଜାରରେ ସହରାଞ୍ଚଳ ପ୍ରଶାସନ ତରଫରୁ ଚଢାଉ କରାଯାଇଥିଲା l ଦୋକାନରୁ ଦୋକାନକୁ 30 ଫୁଟ୍ ଦୂରତା ରକ୍ଷା କରି ନଥିବା ପରିବା ବ୍ୟବସାୟୀ ଓ ଚାଷୀ ମାନଙ୍କୁ 200 ଟଂକା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିଲା | ଚଢାଉରେ ବୌଦ୍ଧ ଏନ.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା, ବୌଦ୍ଧ ତହସିଲଦାର୍ ସନତ କୁମାର୍ ନାଏକ, ଅତିରିକ୍ତ ତହସିଲଦାର୍ ତ୍ରିଦେବ୍ ରଥ, ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ବାହିନୀ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ |