ବୌଦ୍ଧ – ବୌଦ୍ଧ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା 40 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି l ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା 151 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ପୁର୍ବରୁ 84 ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ l ଆଜି ପୁଣି 40 ଜଣ ସୁସ୍ଥ ହେବା ପରେ ଜିଲ୍ଲାରେ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା 124 ରେ ପହଞ୍ଚିଲା l ବର୍ତ୍ତମାନ 27 ଜଣ ଚିକିତ୍ସା ହେଉଛନ୍ତି |