ବୌଦ୍ଧ /ବାଉଁଶୁଣି,୭/୧୦ – ବୌଦ୍ଧ ବ୍ଲକ୍ ବlଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ୍ନ ହେଉଥିବା ଦେଖିବାକୁ ମିଳୁଛି l କୋଭିଡ୍ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ ସୋନପୁର,ମନମୁଣ୍ଡା କିମ୍ବା ବୌଦ୍ଧ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ କେବଳ ଜଣେ ଡାକ୍ତରରେ ଚାଲିଛି ବlଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର l 12 ଗୋଟି ଗ୍ରାମ ପଂଚାୟତର ଜନସାଧାରଣ ଏ ଡାକ୍ତରଖାନା ଉପରେ ନିର୍ଭର କରିଥାଆନ୍ତି l ପ୍ରତିଦିନ ଶତାଧିକ ରୋଗୀ ଡାକ୍ତରଖାନା ଆସୁଥିବା ଦେଖିବାକୁ ମିଳୁଛି l ସେହିପରି ପ୍ରତିଦିନ ଜାତୀୟ ରାଜପଥ ନମ୍ବର୍ 57 ରେ ଘଟୁଥିବା ଛୋଟ ବଡ଼ ଦୁର୍ଘଟଣା ଘଟି ଆହତ ମାନେ ମଧ୍ୟ ଜରୁରୀ ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି l
ସେଥିପାଇଁ ତୁରନ୍ତ ଖାଲି ଥିବା ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କର ପଦବୀ ତୁରନ୍ତ ପୂରଣ ଦିଗରେ ସରକାର ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି l