ମଦ ବେପାରୀଙ୍କ ରାସନ କାର୍ଡ ଜବତ କଲେ ମହିଳାସଂଘ

ଦାରିଙ୍ଗବାଡ଼ି ,୧୧/୧୦: ମଦ ବେପାର କରିବାରୁ ମହିଳା ସଂଘର ସଦସ୍ୟ ମାନେ ମଦବେପାରୀଙ୍କ ରାସନ କାର୍ଡ ଜବତ କରିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗ୍ରାମରେ । ପର୍ତ୍ତମାହା ଗ୍ରାମର ୧୦ ରୁ ଉର୍ଦ୍ଧ ଲୋକ ଅଂଚଳରେ ମଦ ବିକ୍ରୟ କରୁଥିବାରୁ ମଦ ବନ୍ଦ କରିବା ନେଇ ମହିଳା ସଂଘ ସଦସ୍ୟ ମାନେ ବାରମ୍ବାର କହିଥିଲେ ସୁଦ୍ଧା ବିକ୍ରୟକାରୀ ମଦ ବନ୍ଦ କରିନଥିଲେ । ଏଣୁ ମହିଳା ସଂଘର କର୍ମୀ ମାନେ ସେମାନଙ୍କର ରାସନକାର୍ଡ ଜବତ କରିଥିବା ମତପ୍ରକାଶ କରିଛନ୍ତି । ଯଦି ମଦ ବିକ୍ରୟ ବନ୍ଦ ନକରନ୍ତି ତାହାହେଲେ ରାସନ କାର୍ଡ ଦିଆଯିବ ନାହିଁ ବୋଲି କହିଥିଲେ । ପରିବାର ମଧ୍ୟରେ କମ ବୟସ ପିଲା ହେଉ ଅବା ପରିବାର ର ମୁରବି ସବୁବେଳେ ମଦ ପିଇ ଆସିବା ଦ୍ୱାରା ଘରେ ସବୁ ବେଳେ ଝଗଡା ହେବା ସହ ମଦ ପିଇବା ନିମନ୍ତେ ଘରରେ ଅନେକ ଜିନିଷ ବିକ୍ରୟ କରି ମଦ ପିଉଥିବାରୁ ଘରେ କେବେ ମଧ୍ୟ ଶାନ୍ତି ରହୁନଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଏପରିକି ମଦ ପିଇ ବହୁ ସମୟରେ ରାସ୍ତାଘାଟରେ ପଡି ଆହତ ମଧ୍ୟ ହେଉଛନ୍ତି ଲୋକେ । ଏଣୁ ଅଂଚଳରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମହିଳା ସଂଘ ଦାବି କରିଛି । ବହୁ ବର୍ଷ ହେବ ଚୋରା ଦେଶୀ ମଦ ବନ୍ଦ କରିବା ପାଇଁ ମହିଳା ମାନେ ଆଗ୍ରହ ପ୍ରକାଶ କରିଥିଲେ ସୁଦ୍ଧା ଅବକାରୀ ବିଭାଗର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଅଂଚଳରେ ମଦ ବନ୍ଦ ହୋଇପାରୁନଥିବା ମହିଳା ସଂଘ ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ମଦ ବିକ୍ରୟକାରି ଙ୍କ ରାସନ କାର୍ଡ ଜବତ କରାଯାଇଥିବା ସେମାନେ ଆଜକୁ ପାଞ୍ଚ ଦିନ ହେବ ଲ୍ୟାମ୍ପରୁ ଚାଉଳ ନେଇ ପାରୁନାହାନ୍ତି । ପର୍ତମାହା ସରପଞ୍ଚ ଫଗୁ ପ୍ରଧାନ ଙ୍କୁ ପଚରାଯିବାରୁ ସେ କହିଲେ ରାସନ କାର୍ଡ ଜବତ କରିବା ଠିକ ନୁହେଁ । ଦିନେ ଦୁଇ ଦିନ ଭିତରେ ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ରାସନକାର୍ଡ ଫେରସ୍ତ କରାଯିବ ବୋଲି କହିଥିଲେ ।

Comments (0)
Add Comment