ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ବାଣୀ କଲ୍ୟାଣ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ବିଜୁ ଜନତା ଦଳ ଯୁବ ସଂଗଠନକୁ ଅଧିକ ମଝବୁତ୍ କରିବା ଲକ୍ଷ୍ୟ ନେଇ ବିଜେଡି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ବିଜୁ ଯୁବ ଜନତା ଦଳକୁ ସଂପ୍ରସାରଣ କରିଛନ୍ତି l ବାଣୀ କଲ୍ୟାଣଙ୍କୁ ନୂତନ ଭାବେ ଯୁବ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ମନୋନୀତ କରିଛନ୍ତି l ବାଣୀ କଲ୍ୟାଣ ୨୦୦୪ ରୁ ଛାତ୍ର ରାଜନୀତିରେ ପାଦ ଦେଇଥିଲେ l ପରବର୍ତ୍ତୀ ସମୟରେ ଏସଇଏସ ଅଟୋନମସ କଲୋଜ, ପୁରୀରେ ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ବିଜେଡି ପ୍ରାଥୀମାନଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ସେହିପରି ୨୦୦୯ ରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦୀଘ ୮ ବର୍ଷଧରି ବିଜେଡି ପ୍ରାଥୀମାନଙ୍କୁ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ପରବର୍ତ୍ତୀ ମୁହୁତ୍ତରେ ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର ) ରେ ଛାତ୍ର ସଂସଦ ନିର୍ବାଚନ, ସଂଗଠନକୁ ମଝବୁତ ଓ ଛାତ୍ର ସମସ୍ୟାକୁ ଦୂର କରିବା ପାଇଁ ଅନେକ କାର୍ଯ୍ୟ କରିଛନ୍ତି l ବିଜେଡିର ବିଧାନସଭା ନିର୍ବାଚନରେ ଯୁବମାନଙ୍କୁ ସଂଗଠିତ କରି ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଆଗାମୀ ଦିନରେ ରାଜ୍ୟରେ ବିଜୁ ଯୁବ ଜନତା ଦଳର ସଂଗଠନକୁ ମଝବୁତ କରିବା ସହ ଯୁବକମାନଙ୍କୁ ନୂତନ ଦିଗଦର୍ଶନ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି l ବତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ପୁନବାର ଆସ୍ଥା ରଖି ଯୁବ ବିଜେଡି ରାଜ୍ୟ ସାଧାରଣ ସଂଗଠନ ସଂପାଦକ ଭାବେ ମନୋନୀତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସଂପାଦକ (ଯୁବ ବ୍ୟାପାର) ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ,ସଂପାଦକ (ଯୁବ ବ୍ୟାପାର ) ଶ୍ରୀଯୁକ୍ତ ରଞ୍ଜିତ ମହାପାତ୍ର ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି l ଏହି ନିଯୁକ୍ତିକୁ ଦଳ ବହୁ ଯୁବକର୍ମୀ ସ୍ୱାଗତ କରିଛନ୍ତି l ବିଭିନ୍ନ ମହଲରୁ ବାଣୀ କଲ୍ୟାଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି l

Comments (0)
Add Comment