ତାଳମେଳ ନାହିଁ ତଥ୍ୟରେ ବଲାଙ୍ଗୀର ଆକ୍ରାନ୍ତ ସଂଖ୍ୟା ୨୧ ନା ୮ ?

ବଲାଙ୍ଗୀର : ଗତକାଲି ଚିହ୍ନିତ ୨୧ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ସହରର ୧୦ଟି ପଡ଼ାରୁ ୧୯ଜଣ କରୋନା ବୋଲି ଜଣା ପଡ଼ିବା ପରେ ସମସ୍ତଙ୍କ ନଜର ଆଜିର କରୋନା ସ୍କୋରବୋଡର଼୍ ଉପରେ ଥିଲା । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଆଜି ପୁଣି ସେଇ ସମାନ ୨୧ବୋଲି ଜଣାଯାଏ । କିନ୍ତୁ ଜିଲ୍ଲା ସୂଚନା ଅଧିକାରୀଙ୍କ ରିପୋର୍ଟ ଅନୁସାରେ ସଖ୍ୟା ୮ । ରାଜ୍ୟ ଓ ଜିଲ୍ଲାର ଅଲଗା ତଥ୍ୟ ପ୍ରକାଶନକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି । ସମନ୍ୱୟର ଅଭାବ ନା ବଢ଼ୁଥିବା ଆକ୍ରାନ୍ତ ତାଲିକା ଯୋଗୁଁ କିଛି କାରସାଦି ହେଉଛି ବୋଲି ପ୍ରଶ୍ନ ଉଠୁଛି । ସୂଚନା ପ୍ରକାଶନରେ ଅଧିକାରୀମାନଙ୍କ ପାରିବା ପଣିଆକୁ ନେଇ ଉଠୁଛି ଅଙ୍ଗୁଳି । ଜିଲ୍ଲାବାସୀ ଅନ୍ଧାରରେ, କାହା ତଥ୍ୟକୁ ଭରସା କରିବେ ? ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରୋନା କଟକଣାର ଧଜ୍ଜିଆ ଉଡ଼ିବା ପରେ ବିଭିନ୍ନ ମହଲରେ ସମାଲୋଚିତ ହେବା ପରେ ଆଜି ପୁଣି ସୂଚନା ପ୍ରଦାନରେ ବିଭ୍ରାଟ ପ୍ରଶାସନର ଖାମଖିଆଲି ମନୋଭାବକୁ ସୂଚାଉଛି । । ୨ଟି ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟ ସଂଲଗ୍ନ ରେଜେଷ୍ଟ୍ରି ଅଫିସକୁ ପଶିସାରିଛି ଭୂତାଣୁ । ସ୍ଥାନୀୟ ସଂକ୍ରମଣ ବ୍ୟାପୁଛି । ତଥାପି ସହରରେ କେତେ ନମୂନା ସଂଗ୍ରହ ହେଲା, କେତେ ଆକ୍ରାନ୍ତ ହେଲେ, ତାହାର ତଥ୍ୟ ଜନସାଧାରଣଙ୍କୁ ଦିଆଯାଉ ନାହିଁ । ତେଣୁ ବଢ଼ୁଛି ଗୁଜବ ଓ ବେଳୁ ବେଳ ଲୋକଙ୍କ ମନରେ ବଢ଼ୁଛି ଛନକା । ଜିଲ୍ଲା ସୂଚନା ଅଧିକାରୀଙ୍କ ସୂଚନା ଅନୁସାରେ, ବଲାଙ୍ଗୀର ପୈାରପରିଷଦରୁ ୫, ଆଗଲପୁର ଓ ପାଟଣାଗଡ ବ୍ଳକ ଅନ୍ତର୍ଗତ ସାଲେଭଟାରୁ ୨ ଓ ଗଙ୍ଗାସାଗର ଜଣେ ପଜିଟିଭ୍‌ ଅଛନ୍ତି । ୬ଜଣ ପୁରୁଷ, ଜଣେ ମହିଳା ଓ ଜଣେ ୯ବର୍ଷର ବାଳିକା ସ୍ଥାନୀୟ ସଂକ୍ରମଣ ଶିକାର ହୋଇଛନ୍ତି ।଼ ଏହା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬୧ରେ ପହଂଚିଛି । ତନ୍ମଧ୍ୟରୁ ୨୮୧ ସୁସ୍ଥ ହୋଇ ଫେରିଥିବା ବେଳେ ୮୦ଜଣ ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଛି ।

Comments (0)
Add Comment