ଜିଲା ପ୍ରଶାସନ ତରଫରୁ ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ବାରଣ

ଫୁଲବାଣୀ:କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ଫଳରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ ମଧ୍ୟ ଦିନକୁ ଦିନ ବହୁସଂଖ୍ୟାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ସରକାରୀ କର୍ମଚାରୀ ମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । କାର୍ଯ୍ୟାଳୟକୁ ଆସିବାଲାଗି ଇଛାପ୍ରକାଶ ମଧ୍ୟ କରୁନାହାଁନ୍ତି । ଏଣୁ, ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବାହାର ଲୋକଙ୍କ ପାଇଁ ପ୍ରଶାସନ ବାରଣ କରିଛି । ଗତ କିଛିଦିନ ହେଲାଣି ଫୁଲବାଣୀ ସହର ସମେତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଲୋକମାନଙ୍କୁ ଯିବାଲାଗି ମନା କରାଯାଇଥିବା ବେଳେ ଏବେ ଥାନାକୁ ମଧ୍ୟ ଯିବାଲାଗି ବାରଣ କରାଯାଇଛି । ଥାନାରେ ଜଣେ କର୍ମଚାରୀ ସଂକ୍ରମିତ ହେବା ପରେ ଥାନାକୁ ସାନିଟାଇଜ୍‌ କରିବା ସହ ତମ୍ବୁ ପକାଇ ଟାଉନଥାନା ଚାଲିଛି । ଫଳରେ ଅଭିଯୋଗକାରୀଙ୍କୁ ଥାନା ସମ୍ମୁଖରେ ବାକ୍ସରେ ଅଭିଯୋଗ ପତ୍ର ପକାଇବା ଲାଗି ପରାମର୍ଶ ଦିଆଯାଉଛି । ସରକାର ମଧ୍ୟ ଅଗଷ୍ଟ ୩୧ ଯାଏଁ ସାଧାରଣ ଲୋକଙ୍କୁ କାର୍ଯ୍ୟାଳୟ ଆସିବାକୁ ମନା କରିଛନ୍ତି । ଏବେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବ୍ୟାନର ଲଗାଇବାସହିତ ଲୋକଙ୍କ ସୁବିଧା ପାଇଁ କୌଣସି ଜରୁରୀ କାର୍ଯ୍ୟରେ କିମ୍ବା ଥଣ୍ଡା କାଶ ସର୍ଦ୍ଦି ଈତ୍ୟଦି କିମ୍ବା କରୋନା ରୋଗର କୌଣସି ଲକ୍ଷଣ ଦେଖାଗଲେ କିମ୍ବା ଅନ୍ୟ ସହାୟତା ଏବଂ ଅଭିଯୋଗ କରିବାକୁ ଥିଲେ ଅଭି ଯୋଗ ପ୍ରକୋଷ୍ଠାର ଫୋନ ନମ୍ବାର ୦୬୮୪୨-୨୫୩୬୫୦,୮୮୫୫୫୮୮୪୨ ୯୪୩୮୩୪୨୨୩୨ ଯୋଗେ ଅଭିଯୋଗ କରିବାକୁ ସର୍ବସାଧାରଣଙ୍କ ନିମନ୍ତେ ଏକ ସୁଚନା ପାଇଁ ବ୍ୟାନର ଜରୀଆରେ ସୁଚନା ପ୍ରଦାନ କରାଯାଇଛି । ସେହିପରି ଆଇଟିଡିଏ, ବ୍ଲକ, ତହସିଲ, କୃଷି କାର୍ଯ୍ୟାଳୟ ସମେତ ସମସ୍ତ ଫୁଲବାଣୀର କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

Comments (0)
Add Comment