ପୁରୀ; ପୁରୀ ସଦର ସମଙ୍ଗରା ଗ୍ରାମରେ ବିଭତ୍ସ କାଣ୍ଡ। ପୁଅର ଫାଉଡ଼ା ଚୋଟ ରେ ମାଆ ମୃତ । ମୃତକ ହେଉଛନ୍ତି ସମଂଗରା ମଶାଣି ଉପର ନିକଟର କନକ ପ୍ରଧାନ(୫୫)। ଘଟଣା ରେ ପେଣ୍ଠକଟା ମେରାଇନ ଥାନା ପୋଲିସ ଅଭିଯୁକ୍ତ ପୁଅ ପିଙ୍କୁ ପ୍ରଧାନ (୩୦)କୁ ଗିରଫ କରିଛି। ସୂଚନା ଅନୁଯାୟୀ ଆଜି ସକାଳେ ପିଂକୁ ନିଶା ଖାଇବା ପାଇଁ ମାଆ କନକ କୁ ପଇସା ମାଗିଥିଲା। ତେବେ କନକ ଏଥିପାଇଁ ପଇସା ଦେବନାହିଁ ବୋଲି ସିଧା ସିଧା ପିଙ୍କୁଙ୍କୁ ମନା କରିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଫାଉଡ଼ା ରେ କନକ ଙ୍କ ମୁଣ୍ଡକୁ ଦୁଇ ତିନି ଚୋଟ ହାଣି ଦେଇଥିଲା। କନକ ପାଟିକରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସିଵାରୁ ପୀଙ୍କୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା କରିଥିଲା। ଫାଉଡ଼ା ଚୋଟ ରେ ଘଟଣାସ୍ଥଳରେ ହିଁ କନକ ମୃତ୍ୟୁ ବରଣ କରିଥିଲେ। ତେବେ ପରେ ଗ୍ରାମବାସୀ ମାନେ ପିଂକୁ କୁ କାବୁ କରି ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳ କୁ ଆସି ପିଙ୍କୁକୁ ଗିରଫ କରିବା ସହ ମୃତଦେହ କୁ ବ୍ୟବଛେଦ ପାଇଁ ପଠାଇଥିଲେ। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।