ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

ବୌଦ୍ଧ,୨୪/୩ – ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ବୌଦ୍ଧ – ହରଭଙ୍ଗା ପୁରୁଣା ଜଗନ୍ନାଥ ସଡକର ପରଗଲପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ସେଥିରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ବୌଦ୍ଧ ବ୍ଲକ୍ ତେଲିବନ୍ଧ ନିକଟ ତୁଳସୀପୁର୍ ଗ୍ରାମର ସୁନୀଲ କୁମାର ମହାପାତ୍ର (28) ଓ ସୁମନ୍ତ ଶାଣ୍ଢ (19) ଏକ ବିବାହ ଭୋଜିରେ ଯୋଗ ଦେବାକୁ ଭେଜିଗୋରା ଗ୍ରାମକୁ ଯାଇଥିଲେ l ସେଠାରୁ ଫେରିବା ବାଟରେ ପୁରୁଣା ଜଗନ୍ନାଥ ସଡକର ପରଗଲପୁର ଗ୍ରାମ ତସରା ପଡିଆ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହୋଇଥିଲା | ରାସ୍ତା କଡରେ ଥିବା ଏକ ତାଳ ଗଛରେ ବାଇକଟି ଭାରସାମ୍ୟ ହରାଇ ଧକ୍କା ଦେବାରୁ ଉଭୟ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ଓ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

Comments (0)
Add Comment