ବୌଦ୍ଧ,୧୯/୧୨ – ବୌଦ୍ଧ ବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତି ତରଫରୁ ଆଜି ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଛି | ଉକ୍ତ ଧାନ କ୍ରୟ କେନ୍ଦ୍ରକୁ ଆମ୍ବଝରୀ ସେବା ସମବାୟ ସମିତିର ସମ୍ପାଦକ ଅଶୋକ ବସ୍ତିଆଙ୍କ ସମେତ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଓ ଚାଷୀ ମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରି ଆରମ୍ଭ କରାଯାଇଥିଲା l
ଜିଲ୍ଲାରେ ଧାନ କ୍ରୟ ଆରମ୍ଭ ହେବା ଦିନରୁ ବୈଲବଡ଼ା ଛକ ନିକଟ ପଡିଆରେ ପ୍ରତିବର୍ଷ ମଣ୍ଡି କରାଯାଉଥିଲା l ଚଳିତ ବର୍ଷ ଖଜୁରୀ ପଡା ନିକଟରେ ମଣ୍ଡି କରିବାକୁ ସମ୍ପାଦକ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ | ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ସେଥିପାଇଁ ଗତକାଲି ଧାନ କ୍ରୟ ଶୁଭାରମ୍ଭ ହୋଇ ପାରିନଥିଲା l ମଣ୍ଡି ସ୍ଥାନ ନିରୁପଣକୁ ନେଇ ବିବାଦୀୟ ଓ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା l ସହକାରୀ ନିବନ୍ଧକ ଭୀମସେନ ସାହୁ ଓ ଆମ୍ବଝରୀ ସମିତିର ପ୍ରଶାସକ ଥିବା ସମବାୟ ନିରୀକ୍ଷକ ଗୁରୁ ଚରଣ ଦାଶଙ୍କ ହସ୍ତକ୍ଷେପ ପରେ ଆଜି ଆମ୍ବଝରୀ ଠାରେ ଭଡାରେ ଚାଲିଥିବା ସମିତି କାର୍ଯ୍ୟାଳୟ ନିକଟରେ ଥିବା ପଡିଆରେ ମଣ୍ଡି ଆରମ୍ଭ ହୋଇଛି | ସେଥିପାଇଁ ଚାଷୀ ମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି l ପ୍ରତ୍ୟେକ ସପ୍ତାହର ଶୁକ୍ରବାର ଓ ଶନିବାର ଦିନ ଆମ୍ବଝରୀ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ସୂଚନା ମିଳିଛି l