ଦାରିଙ୍ଗବାଡ଼ି,୧୮/୪: ୫୯ନମ୍ବର ଜାତୀୟ ରାଜପଥ
ର ସମ୍ପ୍ରସାରଣ କାର୍ଯ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଗତବର୍ଷ ଠାରୁ ଏକ ଠିକା ସଂସ୍ଥା ଦ୍ୱାରା ଚାଲିଛି l କିନ୍ତୁ କାର୍ଯ୍ୟ ଶେଷ ନହେବା ଯୋଗୁଁ ସିମନ ବାଡ଼ି ବାସୀ ବାରମ୍ବାର ଠିକା ସଂସ୍ଥାର ଗାଡ଼ି ଗୁଡିକୁ ଅଟକ ରଖିବା ଯୋଗୁଁ ଠିକା ସଂସ୍ଥାର କର୍ମଚାରୀ ଙ୍କ କହିବା ମୁତାବକ ଆଜି ସିମନବାଡ଼ିରେ ଜାତୀୟ ରାଜପଥ ବ୍ରହ୍ମପୁର ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଏଥି ସହିତ କିଭଳି ସିମନବାଡ଼ି ବଜାର ମଧ୍ୟରେ ଥିବା ରାସ୍ତା ଓ ଡ୍ରେନ କାର୍ଯ୍ୟ ଖୁବ ଶୀଘ୍ର ସମାପନ ହେବ ସେ ନେଇ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର କର୍ମଚାରୀ ଙ୍କ ସହିତ ଆଲୋଚନା କରିଥିଲେ lଏହି ସମୟରେ ଠିକା ସଂସ୍ଥାର ପଞ୍ଚାନନ ଦାସ ଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ l କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବିଭାଗୀୟ ଅଧିକାରୀ ଙ୍କ ସହିତ ସ୍ଥାନୀୟ ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ l ଆଲୋଚନା ପରେ ସିମନବାଡ଼ିର ବଜାରରେ ଥିବା ଡ୍ରେନ ଗୁଡିକୁ ଯଥାଶୀଘ୍ର ମରାମତି ସହିତ ଅଙ୍କାବଙ୍କା ଥିବା ଡ୍ରେନ ଗୁଡିକୁ ପୁନର୍ବାର ନିର୍ମାଣ କରିବାକୁ କହିବା ସହିତ ରାଜସ୍ୱ ବିଭାଗ ତରଫରୁ ଡିମାର୍କେସନ ମିଳିବା ପରେ ଡ୍ରେନ ନିର୍ମାଣ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି କହିଥିଲେ l