ବୌଦ୍ଧ ୧୮/୯ – ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ଫରେଷ୍ଟ ବଙ୍ଗଳା ନିକଟରେ ଆଜି ରାତି ୮ ଟାରେ ସେଠାରେ ଥିବା ଏକ ବିଶାଳ କାୟ ଗଛ ବର୍ଷାରେ ଉପୁଡି ଯାଇ ଜାତୀୟ ରାଜପଥ ଉପରେ ପଡିଯାଈଥିବା ବେଳେ ୧ ଘଣ୍ଟା ପଯ୍ୟନ୍ତ ଜାତିୟ ରାଜପଥ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ସନ୍ଧ୍ୟାରେ ହୋଇଥିବା ବର୍ଷାରେ ବିଶାଳ କାୟ ମହାନିମ୍ବ ଗଛଟି ମାଡି ବସିବାରୁ ଜାତୀୟ ରାଜପଥ ଉପରେ ପଡିଥିଲା । ଫଳରେ ଗଛର ଆକାର ବହୁତ ବଡଥିବାରୁ ରାସ୍ତାର ଏପାଖ ସେପାଖ ପୁର୍ଣଭାବରେ ଅବରୋଧ ହୋଇ ଥିବାରୁ ରାଜପଥ ପ୍ରାୟ ଏକ ଘଣ୍ଟା ପଯ୍ୟନ୍ତ ଭିଡ ରହିଥିବା ଦେଖିବାକୁ ମିଳିଥିଲା । ପରେ ଖବର ପାଇଁ ହରଭଙ୍ଗାବ୍ଲକ ବିଡିଓ ନିଳକଣ୍ଠ ବେହେରା ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ହରଭଙ୍ଗା ଦମକଳ ବାହିନିଙ୍କ ଦ୍ବାରା ଗଛ କୁ କଟାଯାଇ ବଡବଡ କାଠଗଣ୍ଡି କୁ କ୍ରେନ୍ ସାହାଯ୍ୟରେ ହଟାଯାଇଥିଲା। ଯାହାଫଳରେ ରାସ୍ତାର ଉଭୟ ପାଶ୍ବରେ ଶହଶହ ଯାନ ବାହନ ଅଟକି ରହଥଲା , ଗଛକୁ ହଟାଇବାକୁ ପ୍ରାୟ ଏକ ଘଣ୍ଟା ଲାଗିଯାଇଥିଲା ପରେ ପୁର୍ବପରି ଜାତୀୟ ରାଜପଥରେ ଗାଡିମଟର ସ୍ବାଭାବିକ ଭାବେ ଚାଲିଥିଲା । କିନ୍ତୁ ଗଛଟି ଜାତୀୟ ରାଜପଥ ଉପରେ ପଡିବା ସମୟରେ କେହି କିଛିବି ହୋଇନଥିବା ବେଳେ ପଥଚାରି ଅଳ୍ପେକେ ବଡ ବିପଦରୁ ରକ୍ଷା ପାଇଯାଇଥିବା ଜଣାପଡିଛି l