ନଳକୂପର ଚାନ୍ଦିନୀ ନିର୍ମାଣ ହେବ କେବେ ?

ବୌଦ୍ଧ,୧୨/୫- ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ କୁଲିମୁଣ୍ଡା ଗ୍ରାମରେ ଖନନ ହୋଇଥିବା ଗୋଟିଏ ନଳକୂପର ଦୁଇ ବର୍ଷ ପରେ ମଧ୍ୟ ଚାନ୍ଦିନୀ ନିର୍ମାଣ ହୋଇ ନଥିବା ହେତୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି | ଗ୍ରାମବାସୀ କିଛି ଛୋଟ ଛୋଟ ପଥର ପକାଇ କାମ ଚଳାଉଥିବାବେଳେ ନଳକୂପର ଉଦବୃତ ଜଳ ରାସ୍ତା ଉପରେ ବହି ଆବର୍ଜନାମୟ ପରିବେଶ ସୃଷ୍ଟି କରୁଛି | ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀ ବହୁ ଦିନରୁ ଦାବି କରୁଥିଲେ ମଧ୍ୟ ଗ୍ରାମ ପଞ୍ଚାୟତ କିମ୍ବା ଜଳ ଓ ପରିମଳ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତୁରନ୍ତ ନଳକୂପର ଚାନ୍ଦିନୀ ନିର୍ମାଣ କାମ କରାଯିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ପରିମଳ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି |

Comments (0)
Add Comment