ବଲାଙ୍ଗୀର,୨୧/୭- ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଅଏଁଲାସାରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ ସହ ଏସ୍ ପି ଅଫିସ ଘେରାଉ କରିଛନ୍ତି।ଅଭିଯୋଗ ଅନୁସାରେ, ପୁଇଁତଲା ଥାନା ଅଏଁଲାସାରି ଗ୍ରାମର ଉକାଲୁ ସା ଗତକାଲି ବଲାଙ୍ଗୀରରୁ ଘରକୁ ଫେରିବା ବେଳେ ମାଧିଆପାଲି ରେଲପୋଲ ନିକଟରେ ଆକ୍ରମଣ କରି ଲୁଟ କରିଥିଲେ। ପୂର୍ବରୁ ଗାଁ ମାଉଲିକଟା ମାଛଚାଷ ନିଲାମକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଯାହା ପୁଇଁତଲା ଥାନାରେ ସମାଧାନ ହୋଇଥିଲା। ଉକାଲୁ ଆକ୍ରମଣ ଖବର ପରେ ପୁଣିଥରେ ଗାଁରେ ଉତେଜନା ପ୍ରକାଶ ପାଇଥିଲା। ଲୁଟପାଟ ଭଙ୍ଗାରୁଜା ଖବର ପାଇ ଏସଡିପିଓ ତୁଫାନ୍ ବାଗଙ୍କ ନେତୃତ୍ବରେ ପୋଲିସ୍ ରାତି ଅଧରେ 32ଜଣଙ୍କୁ ଗିରଫ କରିଛି। ପୋଲିସ୍ କାର୍ଯ୍ୟାନୁଷ୍ଠାନ ଏକ ତରଫା ଓ ମାତ୍ରାଧିକ ଅଭିଯୋଗ କରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ 26ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ବଲାଙ୍ଗୀର ଏସ୍ ପି କାର୍ଯ୍ୟଳୟ ଘେରାଉ କରିଛନ୍ତି। ଗିରଫ 32ଜଣଙ୍କୁ ଛାଡିବା ସହ ତଦନ୍ତ କରି ଦୋଷକୁ ଦଣ୍ଡ ଦାବୀ କରିଛନ୍ତି। ଉତ୍ତେଜନା ମୂଳକ ପରିସ୍ଥିତିକୁ ଲକ୍ଷ୍ୟ ରଖି 3ପ୍ଳାଟୁନ୍ ପୋଲିସ୍ ମୁତୟନ କରାଯାଇଛି ।