ସମଲେଶ୍ଵରୀ ଟ୍ରେନରୁ କୁକୁର ଧରିଲା ଗଞ୍ଜେଇ , ଯୁବକ ଗିରଫ

ସମଲେଶ୍ଵରୀ ଟ୍ରେନରୁ କୁକୁର ଧରିଲା ଗଞ୍ଜେଇ , ଯୁବକ ଗିରଫ

କୋରାପୁଟ: ହାୱଡା ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନରୁ କୋରାପୁଟ ଷ୍ଟେସନ ଠାରେ ଜିଆରପି ଏବଂ ଆରପିଏଫ୍ ପୁଲିସ ଦ୍ଵାରା ୩୪ କିଲୋଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ଘଟଣାରେ ଜଣଙ୍କୁ ଗିରଫ କରା ଯାଇଥିବା ଜିଆରପି ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଶୀ ମହନ୍ତ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ଜଗଦଳପୁରପୁର ଅଭିମୁଖେ ଯାଉଥିବା ବେଳେ ପୂର୍ବ ନିର୍ଦ୍ଦେଶ କ୍ରମେ ସନ୍ଧାନୀ କୁକୁର ସହାୟତା ରେ ଟ୍ରେନ ରେ ଯାତ୍ରୀ ମାନଙ୍କ ଜିନିଷ ପତ୍ର ତନଖି କରିବେ ବେଳେ ଉକ୍ତ ଯୁବକ ଦୁଇଟି ସୁଟକେଶ ରେ ଅଟକି ଯାଇଥିଲା କୁକୁର. ଜି ରା଼ ପି.ଏବଂ ଆର. ଫି ଏଫ. ପୋଲିସ 2ଟି ଟ୍ରଲି ସୁଟକେଶ ସହ ଯୁବକ କୁ କାବୁ କରି ଜିଆରପି ଥାନା କୁ ନିଆଯାଇଥିଲା. ମାଜିଷ୍ଟ୍ରେଟ ଙ୍କ ସମୁଖରେ ସୁଟକେଶ ଖୋଲା ଯାଇଥିଲା ସେଥିରୁ 34 କେଜି ଗଞ୍ଚେଇ ମିଳିଥିଲା. ପଚାରା଼ ଉଚରା କରିବାରୁ ଜଣାପଡିଛି ଯେ ଗିରଫ ଅଭିଯୁକ୍ତ ଜଣକ ବିହାରର ଅରବିନ୍ଦ କୁମାର ଶର୍ମା ବୋଲି ଜଣା ପଡ଼ିଛି। ସେ ଜଣେ ଉଚ୍ଚ ଶିକ୍ଷିତ ୟୁପିଏସ ପାଠ୍ୟକ୍ରମ ଜାରି ରଖିବା ବେଳେ ମାଙ୍କ ଦେହ ଅସୁସ୍ଥ ସକାଶେ ସେ ଏହି ପନ୍ଥା ଆପଣେଇ ଥିବା ଯୁବକ ସ୍ପିକର କରିଥିବା ଜଣାପଡିଛି । ଯୁବକ କୁ ଦିଲ୍ଲୀ ର ଜଣେ ବ୍ୟକ୍ତି କୋରାପୁଟ ଅଞ୍ଚଳର ଗଞ୍ଜେଇ ବ୍ୟବସାୟୀ ଙ୍କ ମୋବାଇଲ ନମ୍ବର ଦେଇ ଥିଲେ, ସେହି ବ୍ୟକ୍ତିଙ୍କ ମୋବାଇଲକୁ ଯୋଗାଯୋଗ କରି ଉକ୍ତ ସ୍ଥାନକୁ ଯାଇ ଗଂଜେଇ ସଂଗ୍ରହ କରିଛି । ଉକ୍ତ ଦୁଇ ଜଣଙ୍କ ମୋବାଇଲ ନମ୍ବର ଟ୍ରାକ କରାଯାଉଛି । ଅଭିଯୁକ୍ତ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଥାନା ଓଆଇସି ସନ୍ତୋଶିନି ମହନ୍ତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜି ଆର ପି ଏଏସଆଇ ଲକ୍ଷ୍ମଣ ମହାନ୍ତି, କନେଷ୍ଟେବୁଲ୍ ଜ୍ୟୋତି ପ୍ରକାଶ ନାୟକ, ଏସ, ବାଙ୍କା, ଶ୍ରିମନ୍ତ ନାୟକ ଉପସ୍ଥିତ ଥିଲେ।

Comments (0)
Add Comment