ଜିଲ୍ଲାର କରୋନା ସମ୍ପର୍କିତ ତଥ୍ୟକୁ ନେଇ ଅନ୍ଧାରରେ ଜିଲ୍ଲାବାସୀ !

ବୌଦ୍ଧ,୫/୪ – ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୈନନ୍ଦିନ କରୋନା ସମ୍ପର୍କିତ ତଥ୍ୟ ରିପୋର୍ଟର ଗ୍ରୁପରେ ପ୍ରଦାନ କରୁଥିବା ବେଳେ ଫେବୃଆରୀ 26 ତାରିଖ ଠାରୁ ଆଉ କୌଣସି ସୁଚନା ଦେଉ ନଥିବା ଦେଖିବାକୁ ମିଳିଛି l ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଜିଲ୍ଲାରେ କିଭଳି ସ୍ଥିତି ଅଛି ଜନସାଧାରଣ ଅନ୍ଧାରରେ ରହିଛନ୍ତି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଶେଷ ଥର ପାଇଁ ଫେବୃଆରୀ 26 ତାରିଖରେ ଦେଇଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରୁ ମୋଟ୍ 69087 ନମୁନା ସଂଗ୍ରହ ହୋଇ ସମସ୍ତ ନମୁନାର ରିପୋର୍ଟ ଆସିଥିବା ସୁଚନା ଦେଇଥିଲେ | ସେଥି ମଧ୍ୟରୁ ପଜିଟିଭ ସଂଖ୍ୟା ମୋଟ୍ 2821 ରହିଥିଲା l 2802 ଜଣ ପଜିଟିଭ ସୁସ୍ଥ ହୋଇଥିବା ବେଳେ 8 ଜଣ ଚିକିତ୍ସlଧୀନ ଥିବା କୁହା ଯାଇଥିଲା l ଆଜକୁ ପ୍ରାୟ 40 ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଜିଲାବାସୀଙ୍କୁ ଆଉ କୌଣସି ସୁଚନା ଦେଇ ନାହାନ୍ତି l ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଜିଲାବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧରୁଆଙ୍କ ମତାମତ ନେବାରୁ ସେ କହିଥିଲେ ତାଙ୍କୁ ରାଜ୍ୟ କିମ୍ବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କୌଣସି ସୁଚନା ହସ୍ତଗତ ହେଉ ନଥିବା ହେତୁ ସେ ଗଣ ମାଧ୍ୟମକୁ ସୁଚନା ଦେବା ସମ୍ଭବ ହୋଇ ପାରୁନାହିଁ | ସେ ଏ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments (0)
Add Comment