ବଲାଙ୍ଗୀର,୧୯/୧- ଆଜି ମାନ୍ୟବର ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ଯୋଗୀସର୍ଡା, ବୁର୍ଡା, ଲୋଇସିଂହା ଓ କୁଶଙ୍ଗ ମଣ୍ଡିକୁ ଗସ୍ତକରି ଚାଷୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହିତ ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କଟନୀ ଛଟନୀ ବନ୍ଦ କରିବାକୁ ତାଗିଦ କରିବା ସହ ନିୟମିତ ମଣ୍ଡିରୁ ଧାନ ଉଠିବା ଉପରେ ଗୁରୁତ୍ବାରୋପ କରିଥିଲେ । ବିଭିନ୍ନ ମଣ୍ଡିରେ କେଉଁଠି ମିଲର ଟାର୍ଗେଟ ନାହିଁ ତ ସେଥିପାଇଁ ଟୋକନ ପାଇଥିବା ଡେଟ୍ ଗଲାଣି, ଚାଷୀ କଣ କରିବ ବୁଝି ପାରୁନାହିଁ। ଚାଷୀ ଅସନ୍ତୋଷ ବଢୁଛି ଅନ୍ୟପଟେ ସରକାର କେବଳ ବିବୃତି ଦେବାରେ ବ୍ୟସ୍ତ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ପଦସ୍ଥ ଅଧିକାରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ବାଟ ବାହାର କରିବା ପଦକ୍ଷେପ ନେବେ ଆବଶ୍ୟକ ପଡିଲେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ।