ବଲାଙ୍ଗୀର,୬/୮- ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ବିରୋଧୀ ଓ ଆଞ୍ଚଳିକ ବୈଷମ୍ୟବାଦ ନୀତି ପ୍ରତିବାଦରେ ବିଜେପି ରାଜଭବନ ଆଗରେ ବିକ୍ଷୋଭ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି। ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆୟୋଜିତ ସମ୍ମିଳନୀରେ ବିଧାୟକ ତଥା ବିଜେପି ଅନୁସୂଚିତ ଜାତି ମୋର୍ଚା ରାଜ୍ୟ ସାଧାରଣ ସମ୍ପାଦକ ଡ ମୁକେଶ ମହାଲିଙ୍ଗ କେନ୍ଦ୍ରାପଡା ଆଳି ଥାନା ବାଳକଟିର ନବକିଶୋର ମଲ୍ଲିକ ଓ ତାଙ୍କ ପରିବାର ଉପରେ ମରଣାତ୍ମକ ଆକ୍ରମଣ ଓ ପୋଲିସ୍ ଭୂମିକାକୁ ତୀବ୍ର ସମାଲୋଚନା କରି କାର୍ଯ୍ୟାନୁଷ୍ଠାନ ବଦଳରେ ଅପରାଧୀ ଶାସକ ଦଳ ସମର୍ଥକ ହେତୁ ସୁରକ୍ଷା ଦିଆଯାଉଛି ବୋଲି କହିଥିଲେ। ଠିକ୍ ସେହିପରି ଜଗତସିଂହପୁର ନାଉଗା ବ୍ଳକ ପ୍ରତିବାଦକାରୀ ଆଦିବାସୀ ମହିଳାଙ୍କୁ ଆକ୍ରମଣ ଓ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦରଙ୍କ ଫଟୋକୁ ଅବମାନନା କରିଥିଲେ। ରାଜ୍ୟ ଅନୁସୂଚୀତ ଜାତି ମୋର୍ଚା ସଭାପତି ଡ ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ବରେ ବିଜେପି ନେତୃବୃନ୍ଦ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ମଧ୍ୟ ସରକାରଙ୍କ ଚାପରେ ପୋଲିସ୍ ପ୍ରଶାସନ ତତ୍ପରତା ଦେଖାଉ ନାହିଁ। କେବଳ ସେତିକି ନୁହେଁ 1979/80ରେ ପ୍ରତିଷ୍ଠିତ ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ନିଗମକୁ ରାଜ୍ୟ ସରକାର 10ବର୍ଷ ହେଲା ଆର୍ଥିକ ସହାୟତା ବନ୍ଦ ହୋଇଛି। ଜାତୀୟ କରଣ ବ୍ୟାଙ୍କ ଦ୍ବାରା ଷ୍ଟାଣ୍ଡ ଅପ୍ ଯୋଜନା ଓଡିଶାରେ କାର୍ଯ୍ୟକାରୀ କରେଇ ପାରୁ ନାହାଁନ୍ତି। ଏ ସବୁ କାମ କୁହେ ବିଜେଡି ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ। ସବୁ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ମୁଖା ଖୋଲିବା ସହ ଲୋକଙ୍କୁ ଜାଗାଇବ ବିଜେପି ବୋଲି ମହାଲିଙ୍ଗ କହିବା ସହ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ପଛୁଆ ପଶ୍ଚିମ ଓଡିଶାରେ ବିକାଶ ପରିଷଦ କାର୍ଯ୍ୟାଳୟ ହେଲା ନାହିଁ। ନିୟମ ଅଛି ଏ ଅଞ୍ଚଳର 2ଜଣ ସାଂସଦ ,11ବିଧାୟକ ଓ ବିଶେଷଙ୍ଗ୍ୟଙ୍କ ସହ 18ଜଣିଆ କମିଟି ହେବ ।କିନ୍ତୁ ଏ ଅଞ୍ଚଳରେ 5ଜଣ ବିଜେପି ସାଂସଦ ଅଛନ୍ତି। ଏଣୁ ସରକାର କମିଟି ଗଠନରେ ଟାଳଟୁଳ ନୀତି ଆପଣେଇବା ଗ୍ରହଣୀୟ ନୁହେଁ । ଏଣୁ ଆଗାମୀ 10ତାରିଖରେ ଦଳ ପକ୍ଷରୁ ରାଜ ଭବନ ଆଗରେ ବିକ୍ଷୋଭ ସହ ଧାରଣା ଦିଆଯିବ ବୋଲି ଜିଲ୍ଲା ବିଜେପି ସଭାପତି ସୂଚନା ଦେଇଛନ୍ତି। ମିଡିଆ ପ୍ରଭାରି ଦିନେଶ ଶର୍ମା ଓ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚା ଜିଲ୍ଲା ସଭାପତି ସୁନୀଲ କୁମାର ସେଠ ଉପସ୍ଥିତ ଥିଲେ ।