ବୌଦ୍ଧ/ବାଉଁଶୁଣୀ,୨୭/୨ – ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ବାଘନଦୀ ପୋଲ ଉପରେ ଦୁଇଟି ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଛତିଶ ଗଡ଼ରୁ ବ୍ରମ୍ହପୁର ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ସିଜି 04 ଡି. ବି. 5686 ସହିତ ବରଗଡ ଅଭିମୁଖେ ଯାଉଥିବା ଏକ କୁଣ୍ଡା ବୋଝେଇ 709 ଗାଡି ସହିତ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ବାଘନଦୀ ପୋଲ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା | ଦୁର୍ଘଟଣା ରେ ଉଭୟ ଗାଡିର ଡ୍ରାଇଭର ଓ ହେଲପର୍ ବର୍ତ୍ତି ଯାଇଥିବା ଜଣାପଡିଛି l ପୋଲ ଉପରେ ଉଭୟ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା l ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଗାଡିକୁ ଅପସାରଣ କରିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା | ବେପରୁଆ ଗାଡି ଚାଳନା ଯୋଗୁଁ ବାଉଁଶୁଣୀ ଆଖ ପାଖ ଅଂଚଳରେ ପ୍ରତିଦିନ ଅନେକ ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଥିବା ଦେଖିବାକୁ ମିଳୁଛି l
ବାଘନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ, ବର୍ତ୍ତିଗଲେ ଉଭୟ ଡ୍ରାଇଭର
![ବାଘନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ, ବର୍ତ୍ତିଗଲେ ଉଭୟ ଡ୍ରାଇଭର](https://hiranchallive.in/wp-content/uploads/2021/02/IMG-20210227-WA0009-450x300.jpg)