ବାତ୍ୟା “ୟାସ” ସଂପର୍କରେ ବ୍ୟାପକ ପ୍ରସ୍ତୁତି ନେଇ ଜଳ ସଂପଦ ମନ୍ତ୍ରୀଙ୍କ ଏରସମା ଅଂଚଳ ପରିଦର୍ଶନ


ଭୁବନେଶ୍ବର,୨୪/୫- ବାତ୍ୟା ” ୟାସ ” ସଂପର୍କରେ ବ୍ୟାପକ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିଥିଲେ ଓ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ । ସେ ଏରସମା ବ୍ଲକ ବିଡିଓ କୈଳାସ ବେହେରା,ତହସିଲଦାର ପ୍ରଜ୍ଞାନନ୍ଦନ ଦାସ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ ବ୍ଲକର ଢିଙ୍କିଆ ପଂଚାୟତର ଗଡକୁଜଙ୍ଗ,ନୋଳିଆ ସାହି ଆଦି ଅଂଚଳ ବୁଲି ସ୍ଥାନୀୟ ସରପଂଚ,ସମିତି ସଭ୍ୟ ଓ ଲୋକମାନଙ୍କୁ ସଚେତନ ଓ ସତର୍କ ରହି ବାତ୍ୟାର ମୁକାବିଲା କରିବାକୁ କହିଥିଲେ ।

Comments (0)
Add Comment