ସୋନପୁର ,୨୧/୧୧ -ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ଉପଜିଲ୍ଲାପାଳ ତଥା ପାତାଳୀ ଶ୍ରୀକ୍ଷେତ୍ର ର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଲୁଣ୍ଡା ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ନାଏକ ଟ୍ରଷ୍ଟ ର ସମ୍ପାଦକ ଉତ୍ତର କୁମାର ପାତ୍ର,ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଜଗଦୀଶ କର୍ଣ,ଚିତ୍ତରଞ୍ଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପାତାଳୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ କିପରି ଭିବରେ ସୁରୁଖୁରୁରେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଆୟୋଜନ କରିବାପାଇଁ ନିଷ୍ପତ୍ତି ନେଇ ୨୫ତାରିଖ ବୁଧବାର ଏକାଦଶୀ ତିଥିରେ ଲକ୍ଷ୍ମୀ ନାରାୟଣ ବେଶ,୨୬ତାରିଖ ଦ୍ୱାଦଶୀ ତିଥିରେ ବାଙ୍କଚୂଡା ବେଶ ଓ ଗରୁଡ଼ ଜନ୍ମୋତ୍ସବ,୨୭ତାରିଖ ଶୁକ୍ରବାର ଦ୍ୱାଦଶୀ( ମଳ)ତିଥିରେ ବିରଳ ନାଗାର୍ଜୁନ ବେଶ ,୨୮ତାରିଖ ଶନିବାର ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ,୨୯ତାରିଖ ରବିବାର ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନୃସିଂହ ବେଶ,୩୦ତାରିଖ ସୋମବାର ପୂର୍ଣ୍ଣିମା ତିଥିରେ ରାଜା ରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବାପାଇଁ ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।