କଣ୍ଟାବାଞ୍ଜି,୧୯/୪-ସରକାରଙ୍କ ନିର୍ଦ୍ଦେଶାନୁସାରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନ.ଏ.ସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ନିଯୁକ୍ତ କରାଯାଇଛି। ବିଭିନ୍ନ ରାଜ୍ୟରୁ ରେଳ ଯୋଗେ ଫେରୁଥିବା ପ୍ରବାସୀ ମାନଙ୍କର ରେଜିଷ୍ଟ୍ରେସନ କରିବାକୁ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଶିକ୍ଷକ ମାନଙ୍କୁ କୌଣସି ପ୍ରକାରର ସୁବିଧା ଯେପରିକି ମାସ୍କ, ସେନିଟାଇଜର,ପିପିଇ କିଟ,ଥର୍ମାଲ ସ୍କେନର,ଇନସୁରେନ୍ସ ଯୋଗାଇ ଦିଆଯାଇନାହିଁ। ବିଶେଷ ସୂଚନାରୁ ପ୍ରକାଶ ଯେ ରେଳଷ୍ଟେସନରେ ନିଯୁକ୍ତ ହୋଇଥିବା ଦୁଇ ଜଣ ଶିକ୍ଷକ କରୋନା ପଜିଟିଭ ହୋଇଥିବା ବେଳେ ଅନେକ ଜ୍ୱର ଓ ଥଣ୍ଡାର ଶିକାର ହୋଇଛନ୍ତି।ଶିକ୍ଷକମାନେ ଭୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବୁଦ୍ଧିଜୀବୀ ମହଲ ତଥା ଶିକ୍ଷକ ସଂଘ ପକ୍ଷରୁ ଯଥା ଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଶ୍ରୀ ବିରଞ୍ଚି ନାରାୟଣ ଦାଶ ଅନୁରୋଧ କରିଛନ୍ତି।