ଆଦିବାସୀ ନେତା ବ୍ରଜକିଶୋର ସିଂ ଭୋଇଙ୍କ ପରଲୋକ

ପାଟଣାଗଡ,୧୮/୪:ବଲାଙ୍ଗୀରର ବିଭିନ୍ନ ସାମୁହିକ ସମସ୍ୟା ଜନସାଧାରଣ ଦାବି ଶ୍ରମିକର ହକ୍ ଆଦିବାସୀ ମାନଙ୍କର ଅଧିକାର ପାଇଁ ସବୁବେଳେ ସଂଗ୍ରାମ କରୁଥିବା କ୍ରାନ୍ତିକାରୀ ବ୍ରଜ କିଶୋର ସିଂ ଭୋଇ ୭୨ଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ଶ୍ବାସ ଜନିତ ସମସ୍ୟା ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ରେ ଆଜି ୮ଟା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ଭୋଇ ୨୦୧୦ ମସିହାଠାରୁ ଜିଲ୍ଳ ଆଦିବାସୀ କଲ୍ୟାଣ ସଂଘର ସଭାପତି ସକ୍ରିୟ ନେତୃତ୍ବ ନେଇଥିଲେ ଓ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଙ୍ଘ ର୍ କାର୍ଯ୍ୟକାରୀ ସଭାପତି ଓ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର୍ ଉପ ସଭାପତି ପଦରେ ରହି ନକଲି ଆଦିବାସୀ ହାଟ ଆନ୍ଦୋଳନ,ଜମି ମୁକ୍ତି ଆନ୍ଦୋଳନ,ଜଙ୍ଗଲ ଜମି ଅଧିକାର ଆନ୍ଦୋଳନ, ଆଦିବାସୀଙ୍କ ଧାର୍ମିକ ସାମାଜିକ ଅର୍ଥ ନୈତିକ,ରାଜନୈତିକ ବିକାଶ ଆନ୍ଦୋଳନରେ ଲଢେଇ କରି ସାରା ରାଜ୍ୟରେ ଲୋକପ୍ରିୟ ହୋଇଥିଲେ। ସ୍ବର୍ଗତ ସିଂ ଭୋଇ ପୂର୍ବତନ୍ ବିଧାୟକ ରମେଶ ଚନ୍ଦ୍ର ସିଂ ଭୋଇଙ୍କ ପ୍ରଥମ ପୁତ୍ର ଥିଲେ। ଭୋଇ ସେଣ୍ଟ୍ରାଲ୍ ବେଙ୍କ ଅଫ୍ ଇଣ୍ଡିଆର ଅଫିସର୍ ପଦବୀରୁ ସ୍ଵେଚ୍ଛାକୃତ ଅବସର ନେଇ ସମାଜ ସେବା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଗତ ଦୁଇ ମାସ୍ ତଳେ ସିଂ ଭୋଇ ଙ୍କ ସ୍ତ୍ରୀ ଙ୍କ ଦେହାନ୍ତ ହୋଇଥିଲା।ତାଙ୍କ ଦୁଇ ପୁଅ ଅଛନ୍ତି ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।ସ୍ବର୍ଗତ୍ ସିଂ ଭୋଇଙ୍କ ବିୟୋଗ ରେ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ର୍ ସଭାପତି ପୂର୍ବତନ୍ ମନ୍ତ୍ରୀ ପଦମପୁର ବିଧାୟକ ବିଜୟରଞ୍ଜନ୍ ସିଂ ବରିହା ,ମହାସଚିବ ନିରଞ୍ଜନ ବିଶି,ମନ୍ତ୍ରୀ ସୁଶାନ୍ତ ସିଂ,ଟୁକୁନୀ ସାହୁ, କୋଶଳ ରାଜ୍ୟ ସମନ୍ନୟ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସମେତ ବିଭିନ୍ନ ସଂଗଠନ ଶୋକ ପ୍ରକାଶ କରିଛନ୍ତି।

Comments (0)
Add Comment