ଦାରିଙ୍ଗବାଡ଼ି,୨୪/୧୧ : ଦାରିଙ୍ଗବାଡ଼ି ଅଞ୍ଚଳରେ ସୋମବାର ରାତି ଠାରୁ ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତକାଲି ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା ସୁଦ୍ଧା ଏହା ଗୋଟିଏ ଦିନରେ ୩.୫ ଡିଗ୍ରୀ ହ୍ରାସ ପାଇ ଚଳିତ ବର୍ଷର ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଗତ କିଛିଦିନ ହେଲା ପାଗ ମେଘୁଆ ରହିବା ସହିତ ଅଞ୍ଚଳରେ ଘନ କୁହୁଡ଼ି ଦେଖା ଦେଉଥିବା ବେଳେ ଦିନରେ ହାଲକା ଭାବେ କୋହଲା ପବନ ମଧ୍ୟ ବୋହୁଛି। ଫଳରେ ଦିନ ରାତି ପାଖାପାଖି ସମାନ ତାପମାତ୍ରା ରହୁଛି। ସେହିପରି ସକାଳୁଆ କୁହୁଡ଼ି ମଧ୍ୟ ଅବ୍ୟାହତ ରହିଛି। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ ମାନେ ଶୀତ ଆସିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଫେରିଛି । ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି l ସେହିପରି ଶୀତ ଦାଉରୁ ରକ୍ଷା ପାଇଁ ସନ୍ଧ୍ୟା ସକାଳେ ଲୋକେ ନିଆଁ ପୁଉଁଥିବା ଦେଖିବାକୁୂ ମିଳିଛି ଆଗାମୀ ଦିନରେ ଦାରିଙ୍ଗବାଡ଼ି ଅଂଚଳର ତାପମାତ୍ରା ଆହୁରି ତଳକୁ ଖସିବ ବୋଲି ବିଭାଗୀୟ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି l