ନିର୍ବାଚନ ମଣ୍ଡଳୀ ସ୍ତରୀୟ ବି.ଜେ.ଡି. ର 24 ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୨୬/୧୨ – ଆଜି ବିଜୁ ଜନତା ଦଳର 24 ତମ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଯୁବ ବିଜୁ ଜନତା ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ଦ୍ବାରା ପରିଚାଳିତ ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ଯୋଗ ଦେଇ ବିଜୁ ବାବୁଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ | ଦଳକୁ ତୃଣମୂଳ ସ୍ତରରୁ ସଂଗଠନ କରିବାକୁ ଆହ୍ବାନ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ପୂର୍ବତନ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିପ୍ରଭା ସ୍ୱାଇଁ, ପୂର୍ବତନ ଉପାଧ୍ୟକ୍ଷ ବସନ୍ତ ସ୍ୱାଇଁ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୂର ସେଠୀ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବୌଦ୍ଧ ବ୍ଲକ୍ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ଛାତ୍ର ବିଜୁ ଜନତା ସଭାପତି ସଂଗ୍ରାମ କେଶରୀ ଦାସ, ବରିଷ୍ଠ ବିଜେଡ଼ି ନେତା ଧୂରୀଣ ଦେହୁରୀ, ପ୍ରଦୀପ୍ତ ସାହୁ, ସ୍ବାଧୀନ ବିଶ୍ୱାଳ, ବାମଣ୍ଡା ସରପଞ୍ଚ ଲଳିତ ଥାଟି, ବଘିଆପଡା ସରପଞ୍ଚ ସୈରେନ୍ଦ୍ରୀ ମହାକୁଳ, ଅଶୋକ ସାହୁ, ଭୋଲାଗିରୀ ସାହୁ, ଅଜିତ ଚାନ୍ଦ ପ୍ରମୁଖ ଉପସ୍ଥିତ ଦଳୀୟ କର୍ମିଙ୍କୁ ଉଦବୋଧନ ଦେଇଥିଲେ | ନେତା ମାନଂକ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଅନ୍ତର୍ଭୁକ୍ତ କରିବା, ବୌଦ୍ଧ ଏନଏସିକୁ ମୁନିସିପାଲିଟି ଘୋଷଣା କରିବା ଓ ପୁରୁଣାକଟକକୁ ଏନଏସି ଘୋଷଣା କରାଯିବା ସ୍ଥାନ ପାଇଥିଲା l ସେ ସମ୍ପର୍କରେ ଆଗକୁ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ଅମାତ୍ ପ୍ରତିଶ୍ରୁତି ଦେଇଥିଲେ | କୋଭିଡ୍ ସମୟରେ କରୋନାରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ଶବ ସଂସ୍କାରରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତିକୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା | କରୋନାରେ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧା ଓ ଦିବଂଗତ ଦଳୀୟ କର୍ମିଙ୍କ ଉଦ୍ଦେଶ୍ୟରେ 2 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ଶେଷରେ କଷ୍ଟେଶ୍ୱର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ |

Comments (0)
Add Comment