ଫୁଲବାଣୀ,୨୪/୧୨: କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କରୋନାରେ ମୃତ୍ୟୁ ବରଣ କରିଥିବା କୋଭିଡ଼ଯୋଦ୍ଧା ଶ୍ରୀଧର ସ୍ୱାଇଁ ଙ୍କ ବିଧବାପତ୍ନୀ ଶ୍ରୀମତି ଗାଏତ୍ରୀ ନାଏକଙ୍କୁ ସିଏମଆରଏଫରୁ ୫୦ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି।। କୋଭିଡ ଯୋଦ୍ଧା ଶ୍ରୀଧର ସ୍ୱାଇଁ ଫୁଲବାଣୀ ସ୍ଥିତ ମେଡିକାଲ ଏନ୍.ଏଚ ଏମରେ ଆଶା ମେନେଜର ଭାବେ ଦକ୍ଷତା ନିଷ୍ଠା ଓ ଆନ୍ତରିକତାର ସହିତ କୋରନା ମୁକାବିଲା ପାଇଁ ଅହରହ କାର୍ଯ୍ୟକରୁଥିଲେ। ହେଲେ ନିଜ କାର୍ଯ୍ୟରେ ଅବହେଳାନକରି ସୁଚାରୁ ରୁପେ କାର୍ଯ୍ୟ କରିବାବେଳେ କାରୋନା ସଂକ୍ରମଣର ଶିକାର ହୋଇ ଶେଷରେ ହାରିଯାଇଥିଲେ।
କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦ। ଡି ଏହାର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ସରକାରଙ୍କ ନିୟମାନୁଯାୟୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଆଜି କାରୋନା ଯୋଦ୍ଧା ଶ୍ରୀଧରଙ୍କ ବିଧବାପତ୍ନୀ ଗାଏତ୍ରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ୫୦ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଥିଲେ।