ରାଜରାସ୍ତାରେ ଲୁଟ ଘଟଣାରେ ୨ ଗିରଫ

ସମ୍ବଲପୁର; ସ୍ଥାନୀୟ ହୀରାକୁଦ ରେଳଷ୍ଟେସନ ସାମନା ଜାତୀୟ ରାଜପଥରେ ଦିନ ଦ୍ୱିପହରରେ ହୋଇଥିବା ଏକ ଲୁଟ ଘଟଣା ସହିତ ସମ୍ପୃକ୍ତ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ବୁର୍ଲା ପୁଲିସ ଥାନା ସୂତ୍ରରୁ ଏବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୭ ତାରିଖ ମଙ୍ଗଳବାର ଦିନ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ ନିଗମର ଜଣେ କର୍ମଚାରୀ ଘରକୁ ଫେରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ ଓ ମାରପିଟ୍‌ କରି ତାଙ୍କ ଠାରୁ ନଗଦ ୩ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଲୁଟର ଶିକାର ସ୍ଥାନୀୟ ଗୋବିନ୍ଦଟୋଲା ନିବାସୀ ଲକ୍ଷ୍ମୀ ଆଶିଷ ମହାନନ୍ଦ ଏହି ବିଷୟରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ ଓ ଏକ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ କରୁଥିଲେ । ଗତ ସନ୍ଧ୍ୟାରେ ଏହି ମାମଲାରେ ସମ୍ପୃକ୍ତ ଦୁହିଜଣଙ୍କୁ ଗିରଫ କରା ଯାଇଛି ଓ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଉଛି । ଉଭୟ ଅଭିଯୁକ୍ତଙ୍କ ଚିହ୍ନଟ ଋତିକ ଶର୍ମା (୧୯) ଓ ରୋହିତ କୁମାର (୨୧) ରୂପେ କରାଯାଇଛି । ଉଭୟେ ସ୍ଥାନୀୟ ବୁର୍ଲା ନିବାସୀ ବୋଲି ଜଣାପଡିଛି । ସେମାନଙ୍କ ଠାରୁ ଏକ ହଜାର ଟଙ୍କା ନଗଦ ଓ ଉକ୍ତ ଲୁଟ ଘଟଣା ରେ ବ୍ୟବହୃତ ସ୍କୁଟରଟି ମଧ୍ୟ ଜବତ କରାଯାଇଛି ।

Comments (0)
Add Comment