ଜାନୁଆରୀ ୩୧ରୁ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ: ୨୦୨୬ ଜାନୁଆରୀ ୩୧ ତାରିଖଠାରୁ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଳା ଯେପରି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ସହିତ ମେଳା ସୁପରିଚାଳନା ନିମନ୍ତେ ଆରକ୍ଷୀ ବ୍ୟବସ୍ଥା ସହ ପ୍ରମୁଖ ସ୍ଥାନଗୁଡ଼ିକରେ ସିସିଟିଭି ଲଗାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ପ୍ରକାଶ କରିଥିଲେ ।

ଅପେରା ଯାତ୍ରା ପାର୍ଟିରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଲେ, ଏହାକୁ ବନ୍ଦ କରିଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ମେଳାରେ ପ୍ରାୟ ୧୯ ଲକ୍ଷ ଟଙ୍କା ଆୟ ଅଟକଳ ହୋଇଥିଲା ବେଳେ ପ୍ରାୟ ୧୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ହେବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଯାତ୍ରୀଙ୍କ ଲାଗି ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ ବୋଲି ଉପଜିଲ୍ଳାପାଳ ବିବୁଧ ଗଡ଼ନାୟକ କହିଛନ୍ତି ।

Comments (0)
Add Comment