ଦାରିଙ୍ଗବାଡ଼ି,୦୩/୧୧: ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣା କୁ ନେଇ ପୋଲିସ ଓ ଜନତାଙ୍କ ସୁସମ୍ପର୍କ ନେଇ ମେରାମାହା ଗ୍ରାମ ଠାରେ ଦାରିଙ୍ଗବାଡ଼ି ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆରସିଂ ଙ୍କ ତତ୍ୱାବଧାନ କ୍ରମେ ବ୍ରାହ୍ମଣୀଗାଁ ଅଂଚଳ ଅନ୍ତର୍ଗତ ୮ ଗୋଟି ପଂଚାୟତର ଜନପ୍ରତିନିଧି ସମେତ ଜିଲ୍ଲା ପରିଷଦ ସଭ୍ୟ ଦୀପିକା ମାଝୀ ଉପସ୍ଥିତ ରହି ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ଵୈଠକରେ ପୋଲିସ ଓ ଜନତାଙ୍କ କିଭଳି ସୁସମ୍ପର୍କ ସ୍ଥାପନ ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା । ଏଭଳିକି ପୋଲିସ କୁ ଆକ୍ରମଣ ଘଟଣା ମଧ୍ୟ ଏଠି ଆଲୋଚନା ହୋଇଥିଲା । ମେରାମାହା ଗ୍ରାମରେ ଏକ ପାରମ୍ପରିକ ଭୋଜି ଚାଲିଥିବା ସମୟରେ ପୋଲିସ ମାନେ ସାଧାପୋଷାକ ରେ ଆସି ଜୁଆ ଖେଳ ହେଉଥିବା ଭାବି ଭୋଜିରେ ଥିବା ଲୋକମାନଙ୍କୁ ମାଡ଼ ମାରିଥିଲେ । ସାଧା ପୋଷାକ ଧାରୀ ପୋଲିସ ମାନଙ୍କୁ ଗ୍ରାମବାସୀ ମାନେ ପୋଲିସ ବୋଲି ଜାଣିନପାରି ଅନ୍ୟ କେହି ଅଜଣା ଦୁର୍ବୁତ୍ତ ବୋଲି ଭାବି ସାଧା ପୋଷାକ ଧାରୀ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏଣୁ ପୋଲିସ କିଛି ନ ବୁଝିସୁଝି ଲୋକଙ୍କୁ ଆକ୍ରମଣ କରିବା ଓ ଗ୍ରାମବାସୀ ପୋଲିସ ବୋଲି ନଜାଣି ପୋଲିସ କୁ ଆକ୍ରମଣ କରିବା ଉଭୟ ପକ୍ଷର ଭୁଲ ହୋଇଥିବା ବେଳେ ଏହାର ସମାଧାନ କରାଯାଇ ପୋଲିସ ଓ ଅଂଚଳବାସୀ ଙ୍କ ମଧ୍ୟରେ କିପରି ସୁସମ୍ପର୍କ ସମନ୍ୱୟ ରକ୍ଷା କରାଯାଇପାରିବ ସେନେଇ ଏହି ଵେୈଠକରେ ଆଲୋଚନା ହୋଇଥିଲା । ଏପରିକି ମଙ୍ଗଳବାର ଦିନ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସହ ଆଠ ଗୋଟି ପଂଚାୟତରେ ଜନପ୍ରତିନିଧି ଭେଟି ଘଟଣା ବିଷୟରେ ଆଲୋଚନା କରାଯିବ ବୋଲି କହିଥିଲେ । ଏହି ଵୈଠକରେ ଗୋଦାପୁର ସରପଂଚ ଆରତୀ ମଳିକ,ବ୍ରାହ୍ମଣୀଗାଁ ସରପଂଚ ରମେଶ ମାଝୀ,ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ,କାଟିଙ୍ଗିଆ ସମିତିସଭ୍ୟ କରମ ସିଂ,ସରାମୁଳି ସରପଂଚ ଚନ୍ଦ୍ର ମୁଠାମାଝୀ,ହାତିମୁଣ୍ଡା ସରପଂଚ ନମିତା ପଡ୍ରା,ସମେତ ଶ୍ୟାମ ମହାକୁଡ଼,ଶଙ୍କର ବେହେର ଦଳାଇ,ଦିବ୍ୟସିଂହ ପତ୍ର,ଚିତ୍ରସେନ ପାତ୍ର ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ବ୍ରାହ୍ମଣୀଗାଁ ପୋଲିସ ଶନିବାର ଦିନ ପେଟ୍ରୋଲିଂ କରିବା ସମୟରେ ପୋଲିସ କୁ ମରଣାନ୍ତକ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ଏକ ମାମଲା ରୁଜୁ କରି ମେରାମାହା ଗ୍ରାମର ହାଡ଼ି ବିଶୋଇ,ତିଲତମା ବିଶୋଇ,ଭବାନୀ ବିଶୋଇ,କନ୍ଧୁଣି ବିଶୋଇ,ମହେଶ୍ୱର ବିଶୋଇ, ଦଶରଥ ବିଶୋଇ ଙ୍କୁ ଗିରଫ କରିଛି ।