ରାଇକିଆ ଓ ଦାରିଙ୍ଗବାଡି ଠାରେ “ସୃଜନ” ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଭିନ୍ନ ଲୋକମାନଙ୍କୁ ସ୍ବେଚ୍ଛାସେବୀ ସଂସ୍ଥା “ସୃଜନ”ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଜି.ଉଦୟଗିରି,୨୩/୪- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଭିନ୍ନ ଲୋକମାନଙ୍କୁ ସ୍ବେଚ୍ଛାସେବୀ ସଂସ୍ଥା “ସୃଜନ”ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ଏହିପରି ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଓ ଯେଉଁମାନେ କାମ ନ ପାଇ ହଇରାଣ ହେଉଛନ୍ତି ଏହିପରି ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମ ନିଜେ ତଥା ନିର୍ଦ୍ଦେଶକ ଡକ୍ଟର ଦିଲୀପ କୁମାର ବଳ ବଣ୍ଟନ କରିଛନ୍ତି ।ଏହି ମହାମାରୀ ସମୟରେ ଲୋକେ ଯେପରି ବଞ୍ଚିପାରିବେ ସେ ଉଦ୍ଦେଶ୍ୟ ନେଇ ଲୋକମାନଙ୍କୁ ଏହି ଶୁଖିଲା ଖାଦ୍ୟ ସାମଗ୍ରୀ ଦେବା ସହିତ କରୋନାର ଭୟାବହତା ବିଷୟରେ ସଚେତନତା କରିଥିବା ସୂଚନା ରହିଛି । ତାଲାବନ୍ଦ ସମୟରେ ଲୋକେ ଯେପରି ଘରେ ରହି ସୁସ୍ଥ ରହିବା ସହିତ କିଛି ଦିନ ଖାଦ୍ୟ ପାଇବେ ଏବଂ ସୁସ୍ଥ ଜୀବନ ବଞ୍ଚିବେ ସେ ନେଇ ସଚେତନ ସହିତ ବଣ୍ଟନ କାର୍ଯ୍ୟକ୍ରମ କରି ଲୋକମାନଙ୍କ ନିକଟରେ ସଚେତନ ବାର୍ତ୍ତା ପହଞ୍ଚାଉଥିବା ପ୍ରକାଶ କରିଛନ୍ତି “ସୃଜନ” ଅନୁଷ୍ଠାନର ନିର୍ଦ୍ଦେଶକ ବିଶୋପ ଡକ୍ଟର ଦିଲୀପ କୁମାର ବଳ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମରେ ସୁନୀଲ କୁମାର ନାୟକ ସହଯୋଗ କରିଥିବା ବେଳେ ନିଜେ ଉପସ୍ଥିତ ରହି ସମସ୍ତ ବିଷୟ ତଦାରଖ କରିଥିଲେ ।

Comments (0)
Add Comment