ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବୌଦ୍ଧ,୫/୪ – ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ତିନି ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି କରିବା ଯୋଗୁଁ ସାଧାରଣ ଲୋକ ଶୋଷିତ ହେଉଥିବାରୁ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଏ ବିକ୍ଷୋଭ ପ୍ରଦର୍ଶନ ଆଜି ସକାଳ 8 ଘଣ୍ଟା ଠାରୁ 11 ଘଣ୍ଟା ପର୍ଯ୍ୟନ୍ତ କରାଯାଇଥିଲା | କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ପ୍ରଶାନ୍ତ ସାହୁ, ନାରାୟଣ ପ୍ରସାଦ ପରିଜା, ସୁଧୀର କୁମାର୍ କର୍ଣ୍ଣ, ସମରେଶ ମିଶ୍ର,ପଂକଜ କୁମାର୍ କର୍ଣ୍ଣ, ଶିବ ବେହେରା, ପ୍ରଦ୍ୟୁମ୍ନ ଧଳ, ବୁଦ୍ଧଦେବ ପ୍ରଧାନ, ବେଣୁଧର ମେହେର, ଚିତ୍ତ ରଞ୍ଜନ ବେହେରା, ପୌଲସ୍ତୀ ପ୍ରଧାନ, ରୋହିତାଶ୍ୱ ବେହେରା, ସମରେନ୍ଦ୍ର ମହାକୁଡ ପ୍ରମୁଖ କର୍ମୀ ଓ ନେତୃବୃନ୍ଦ ସାମିଲ୍ ହୋଇଥିଲେ |

Comments (0)
Add Comment