ରାୟଗଡ୧୦/୬: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରଡା ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିବl ସହ ସେମାନଙ୍କୁ ୧୪ ଦିନ ସାଙ୍ଗରୋଧକୁ ପଠାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ଫେରନ୍ତା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ଗସ୍ତ ସମୟରେ ରାସ୍ତାରେ ଯିବା ବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମାନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କୋରନା ଠାରୁ ଦୂରେଇ ରଖାଯିବା ନେଇ ସଚେତନତା କରିଥିଲେ ।
ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ରାୟଗଡ ଉମାଶଙ୍କର ବେହେରା,ଶେଷଖାଲ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ପ୍ରମୁଖ ଯାଇଥିଲେ l