ଦଶପଲ୍ଲା,୨୦/୬ :- ଆଜି ରାଜ୍ୟ କୃଷିମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ନୟାଗଡ଼ ମୁନିସିପାଲିଟିର ୱାର୍ଡରୁ ଓ୍ବାର୍ଡ ନିଜେ ବୁଲି ୱାର୍ଡ ବାସିନ୍ଦାଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ ।ଓ୍ବାର୍ଡରେ ଥିବା ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ନିକଟରେ ଥିବା ମୁନିସିପାଲିଟି କର୍ତୃପକ୍ଷଙ୍କୁ ନିର୍ଦେଶ ଦେଉଥିଲେ ।ବୁଲିବା ସମୟରେ ବରିଷ୍ଠ ନାଗରିକ ମାନଙ୍କ ପରାମର୍ଶକୁ ମଧ୍ୟ ସହୃଦୟତାର ସହ ଶୁଣୁ ଥିଲେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବାକୁ ଉପସ୍ଥିତ ମୁନିସିପାଲିଟିର ଅଧିକାରୀଙ୍କୁ ନିର୍ଦେଶ ମଧ୍ୟ ଦେଉଥିଲେ । ଏଥିପାଇଁ ସମଗ୍ର ସହରରେ ବିଧାୟକଙ୍କ ଜନହିତକର କାର୍ଯ୍ୟକୁ ଶତତ ପ୍ରଶଂସା କରାଯାଉଛି ।