ବିଜୁଳି କର୍ମଚାରୀଙ୍କୁ ବହିଷ୍କାର ପ୍ରତିବାଦରେ ଗଣଧାରଣା

ବୌଦ୍ଧ,୧୦/୮- ବୌଦ୍ଧ ଟିପିଏସଓଡିଏଲ ଡିଭିଜନର ଦୀର୍ଘବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ ୫ଜଣଙ୍କୁ ବିନା ନୋଟିସରେ ଅଗଷ୍ଟ ପହିଲାରୁ ହଠାତ କାର୍ଯ୍ୟକ୍ଷେତ୍ରରୁ ନିଲମ୍ବନ ପ୍ରତିବାଦରେ ଆଜି ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଡିଭିଜନ ସମ୍ପାଦକ ପ୍ରତାପ କୁମାର ପ୍ରଧାନ ଉପଦେଷ୍ଟା ଅବକାଶ ସାହୁ ସଂଗଠନ ସମ୍ପାଦକ ଗପ୍ତେଶ୍ବର ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ପରେ ଡିଭିଜନ କାର୍ଯ୍ୟନିର୍ବାହୀଯନ୍ତ୍ରୀଙ୍କ ଲିଖିତ ପ୍ରତିଶୃତି ଏବଂ ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବାର ଦୃଢ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ମହାନ୍ତି,ଗଦାଧର ବେହେରା ସୀତାଂଶୁ ଶେଖର ବେହେରା ପୁରୁଷୋତ୍ତମ ଭଞ୍ଜ ପ୍ରମୁଖଙ୍କ ନେତୃତ୍ବରେ ସମଗ୍ର ଡିଭିଜନର ଶତାଧିକ ଶ୍ରମିକ ଏହି ଆନ୍ଦୋଳନରେ ଯୋଗଦେଇଥିଲେ ।

Comments (0)
Add Comment